ସେନସର ପ୍ରମାଣପତ୍ରକୁ ଅପେକ୍ଷା କରିଛନ୍ତି ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ

ମୁମ୍ବାଇ: ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଓ ଓସ୍କାର ପୁରସ୍କାରପାଇଁ ନାମାଙ୍କନ ପାଇଥିବା ସର୍ଟ ଫିଲ୍ମ ‘ନୋ ଫାଦରସ୍‌ ଇନ୍‌ କାଶ୍ମୀର’କୁ ଏଯାଏଁ ସେନ୍‌ସର ସାର୍ଟିଫିକେଟ୍‌ ମିଳି ନାହିଁ। ଏହି ଫିଲ୍ମକୁ ପ୍ରଥମେ ସେନ୍‌ସର ବୋର୍ଡ ‘ଏ’ ସାର୍ଟିଫିକେଟ୍‌ ଦେଇଥିଲା।
ଅଶ୍ୱିନୀ କୁମାର କହିଛନ୍ତି ଯେ ,କେନ୍ଦ୍ରୀୟ ଚଳଚ୍ଚିିତ୍ର ପ୍ରମାଣିତ ବୋର୍ଡ ଏହି ଫିଲ୍ମକୁ ଏତେ ଦିନ ହେବ ଦେଖିବା ପରେ ମଧ୍ୟ କାହିଁକି ପ୍ରମାଣ ପତ୍ର ଦେଉ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏହି ସିନେମାରେ କୌଣସି ପ୍ରକାରର ଆପତ୍ତିଜନକ ଦୃଶ୍ୟ ନାହିଁ। ତଥାପି କାହିଁକି ତାକୁ ‘ଏ’ ସାର୍ଟିଫିକେଟ୍‌ ଦିଆଯାଉଛି। ‘ଏ ’ ପ୍ରମାଣପତ୍ରର ଅର୍ଥ ହେଲା ଯୁବ ପୀଢିର ଦର୍ଶକମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା।


‘ନୋ’ ଫାଦର୍ସ ଇନ୍‌ କାଶ୍ମୀର୍‌’୧୬ ବର୍ଷର ଦୁଇ ଜଣ କିଶୋର କିଶୋାରୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ସିନେମା। କାହାଣୀ ଅନୁଯାୟୀ ସେମାନଙ୍କର ପିତା କାଶ୍ମୀରରେ ନିରୁଦ୍ଦିଷ୍ଟ ହୋଇ ଯାଆନ୍ତି ଓ ସେମାନଙ୍କର ଫେରିବାର ସମ୍ଭାବନା ବି ନାହିଁ। ଫିଲ୍ମରେ କାଶ୍ମୀରକୁ ସହାନୁଭୂତି ଓ କରୁଣାର ସହିତ ପ୍ରଦର୍ଶନ କରାଯାଇଛି ବୋଲି ଅଶ୍ୱିନୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର