କାହା କଥା ମାନି ଅଧୀରା ଚରିତ୍ର କରିବାକୁ ରାଜି ହୋଇଥିଲେ ସଞ୍ଜୁ ବାବା?

ମୁମ୍ବାଇ: କନ୍ନଡ଼ ଅଭିନେତା ୟଶ୍ ଓ ବଲିଉଡ୍‌ର ସଞ୍ଜୁ ବାବାଙ୍କ ଅଭିନୀତ କେଜିଏଫ୍ ଚାପ୍ଟର୍ ୨ ଏପ୍ରିଲ ୧୪ରେ ରିଲିଜ ହେବ। ରିଲିଜ ପୂର୍ବରୁ ଏବେ ଏହାର ପ୍ରମୋସନ ଆରମ୍ଭ କରିଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓ କଳାକାର। ଚଳଚ୍ଚିତ୍ରର ହିରୋ ରକି ଭାଇ ଓ ଭିଲେନ୍ ଅଧୀରାଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ସାଙ୍ଗକୁ ଫାଇଟିଂ ଓ ଷ୍ଟଣ୍ଟ୍ ଦୃଶ୍ୟ ଦେଖିବା ପାଇଁ ମିଳିବ। ନିଜ ଫିଲ୍ମ କ୍ୟାରିୟରେ ପ୍ରଥମ ଥର ପାଇଁ ଏଭଳି ଭିନ୍ନ ଅବତାରରେ ନଜର ଆସିବେ ସଞ୍ଜୁ ବାବା। ତେବେ ଆପଣ ଜାଣନ୍ତି କି, ପ୍ରଥମେ ଏହି ଚରିତ୍ର କରିବାକୁ ରାଜି ନଥିଲେ ସଞ୍ଜୁ ବାବା। ହେଲେ ପରେ ତାଙ୍କ ପତ୍ନୀ ମାନ୍ୟତା ଦତ୍ତ ତାଙ୍କୁ ଏହି ଚରିତ୍ର କରିବା ପାଇଁ ରାଜି କରାଇଥିଲେ।

ଫିଲ୍ମର ପ୍ରମୋସନ ସମୟରେ ସଞ୍ଜୁ ବାବା କହିଥିଲେ ଯେ, କେଜିଏଫ୍ ଚାପ୍ଟର୍ ୨ର ସୁଟିଂ ସମୟରେ ମୁଁ ବହୁତ କିଛି ଶିଖିଛି। ସମସ୍ତେ ଗୋଟିଏ ପରିବାର ଭଳି କାମ କରିଥିଲୁ। ମୋର ସବୁ ସହ କଳାକାର ବହୁତ ଭଲ ଥିଲେ। ମୋତେ ଅଧୀରା ହେବାରେ ସାହାଯ୍ୟ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ମୋ ପତ୍ନୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯିଏ ମୋତେ କେଜିଏଫ୍ ଚାପ୍ଟର୍ ୨ କରିବାକୁ ରାଜି କରାଇଥିଲେ।

ସମ୍ବନ୍ଧିତ ଖବର