ବିବାହର ୫ଦିନ ପରେ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ନଥିବା ଦେଖି ଆଥିଆଙ୍କୁ ଏଭଳି କଥା କହି ଟ୍ରୋଲ କଲେ ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କୁ ଜାନୁଆରି ୨୩ ତାରିଖରେ ବିବାହ କରିଥିଲେ । ବିବାହକୁ ସପ୍ତାହେ ନପୁରୁଣୁ ଆଥିଆଙ୍କୁ ଜାନୁଆରି ୨୮ ତାରିଖରେ ଏକ ସ୍ୟାଲୁନ ବାହାରେ ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ ସେ ସମ୍ପୂର୍ଣ୍ଣ  ସାଧାରଣ ପୋଷାକ ପିନ୍ଧିଥିବା ବେଳେ ମଥାରେ ସିନ୍ଦୂର କି, ଗଳାରେ ମଙ୍ଗଳସୂତ୍ର ନଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଆଥିଆ ତୁମ ବିବାହକୁ ୫ଦିନ ହୋଇଛି। ମଥାରେ ସିନ୍ଦୂର କି ଗଳାରେ ମଙ୍ଗଳସୂତ୍ର କେଉଁଆଡେ ଗଲା। ହାତରେ ଚୁଡ଼ି ବି ନାହିଁ।’

 

 

View this post on Instagram

 

A post shared by Viral Bhayani (@viralbhayani)

ଆଉ ଜଣେ ଲେଖିଛନ୍ତି, ‘ଆଥିଆ ତୁମେ ସୀମା ବାହା‌ରେ କାମ କରିଛି। ଏହା ଦେଖିବାକୁ ଆଦୌ ଭଲ ଲାଗିଲା ନାହିଁ। ’ ଆମେ ଜାଣିଛୁ ସମସ୍ତଙ୍କ ଭିନ୍ନଭିନ୍ନ ମାନସିକତା ରହିଛି। ଆପଣଙ୍କ ମାନସିକତା ସିନ୍ଦୂର, ଚୁଡ଼ି ଓ ମଙ୍ଗଳସୂତ୍ରକୁ ନେଇ କ’ଣ ରହିଛି ଆମେ ତାହା ଜାଣି ନାହୁଁ। କିନ୍ତୁ ବାହାଘରକୁ ଏକ ସପ୍ତାହ ନପୁରୁଣୁ ଆପଣ ଏସବୁ ଖୋଲି ବାହାର କରିଦେବା ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି।

କେବଳ ଏତିକି ନୁହେଁ ବିବାହ ପରେ ଆଥିଆ ତାଙ୍କ ସ୍ବଭାବକୁ ନେଇ ଟ୍ରୋଲ ହୋଇଛନ୍ତି। କାରଣ ସ୍ୟାଲୁନ‌ରୁ ବାହାରୁଥିବା ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଟିକେ ଛିଡା ହେବାକୁ କହିଥିଲେ। କାରଣ ସେମାନେ ଆଥିଆଙ୍କ କିଛି ଫଟୋ ନେବାକୁ ଚାହିଁଥିଲେ। କିନ୍ତୁ ଆଥିଆ କାହାରି ଅନୁରୋଧ ଶୁଣି ନଥିଲେ,ସେ ସିଧାସଳଖ ଯାଇ ତାଙ୍କ କାରରେ ବସି ଯାଇଥିଲେ।

ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ବାପା ସୁନୀଲଙ୍କ ଫାର୍ମହାଉସ୍‌ରେ ଆଥିଆ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ବିବାହର ପ୍ରତ୍ୟେକ ସ୍ବତନ୍ତ୍ର ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଇଥିଲା।

ସମ୍ବନ୍ଧିତ ଖବର