ପ୍ରେମିକ କେଏଲ୍‌ ରାହୁଲଙ୍କ ସହ ନଜର ଆସିଲେ ଆଥିଆ ସେଟ୍ଟୀ, ପ୍ରଶଂସକ କହିଲେ ବିବାହ କରିନିଅ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲ ପ୍ରେମ ସଂପର୍କରେ ଥିବା ନେଇ ବେଶ ଚର୍ଚ୍ଚା ହେଉଛି। ଆଜି ମୁମ୍ବାଇ ବିମାନ ବନ୍ଦରର ଏହି ୨ ଜଣଙ୍କୁ ଏକତ୍ର ଦେଖିବାକୁ ମିଳିଛି। ୨୦୨୨ ଆଇପିଏଲ୍‌ ପାଇଁ କେଏଲ୍‌ ରାହୁଲ ମୁମ୍ବାଇରେ ଥିବା ସୂଚନା ରହିଛି। ଆଥିଆ ତାଙ୍କୁ ଭେଟିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେ ଦୁହଁଙ୍କୁ ଏକତ୍ର ଦେଖି ଉଭୟ ବଲିଉଡ୍‌ ଓ କ୍ରିକେଟ୍‌ ପ୍ରେମୀମାନେ ସେ ଦୁହଁଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଇଛନ୍ତି।

ଆଥିଆ ଓ କେଏଲ୍‌ ରାହୁଲ ପ୍ରଥମେ ‘ତଡ଼ପ’ ଚଳଚ୍ଚିତ୍ରର ପ୍ରିମିୟମ୍‌ ସୋ’ରେ ସର୍ବସାଧାରଣ ଏକତ୍ର ଦେଖିବାକୁ ମିଳିଥିଲେ। ପୁଣି ଥରେ ଆଜି ଆଥିଆଙ୍କୁ ରାହୁଲଙ୍କୁ ଆଣିବାକୁ ବିମାନବନ୍ଦରକୁ ଯିବା ସମୟରେ କାର୍‌ ଭିତରେ ଦେଖିବାକୁ ମିଳିଛି।

ସେଲିବ୍ରେଟି ଫଟୋଗ୍ର‌ାଫର୍‌ ଭାଇରାଲ୍‌ ଭୟାନି ଏହି ସମୟର ଏକ ଭିଡିଓ କରି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ‘ମାଇଁ ରହିୟା’। ସେହିପରି ଆଉ ଜଣେ ଲେଖିଛନ୍ତି ବିଶ୍ବର ସବୁଠାରୁ ଭଲ ଯୋଡ଼ି।

ଆଥିଆ ଅର୍ନ୍ତଜାତୀୟ ମ୍ୟାଚେ୍‌ରେ କେଏଲ୍‌ ରାହୁଲଙ୍କୁ ସାଥ୍‌ ଦେଇଥାନ୍ତି। ପୂର୍ବରୁ ତାଙ୍କୁ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ସହ ଖୁସି ମନାଉଥିବାର ଦେଖିବାକୁ ମିଳିଥିଲା।  ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ‘ହିରୋ’ ଚଳଚ୍ଚିତ୍ରରୁ ତାଙ୍କ ଅଭିନୟ ଡେବ୍ୟୁ କରିଛନ୍ତି।

ସମ୍ବନ୍ଧିତ ଖବର