କିକି ଚାଲେଂଜ୍‌ ରାପରଙ୍କ ପ୍ରେମରେ ପଡ଼ିଛନ୍ତି ଏହି ବଲିଉଡ ନାୟିକା!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଆମେରିକୀୟ ଗାୟକ ନିକ୍‌ ଜୋନ୍‌ସଙ୍କ ସହିତ ପ୍ରେମ ସଂପର୍କ ଯୋଡିଛନ୍ତି। ଖାଲି ସେତିକି ନୁହେଁ ଉଭୟଙ୍କର ନିର୍ବନ୍ଧ ବି ସରିଥିବାର ଖବର ମଧ୍ୟ ମିଳିଛି।
ଏଣେ ଆଉ ଜଣେ ବଲିଉଡ୍‌ ନାୟିକା ବି ଜଣେ ବିଦେଶୀ ଯୁବକଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏହି ନାୟିକା ଜଣକ ହେଲେ ଅଥିୟା ସେଟ୍ଟି। ସେ ଗ୍ରାମି ଆଓ୍ଵାର୍ଡ ବିଜେତା ରାପର୍‌ ଡ୍ରେକ୍‌ଙ୍କ ସହିତ ପ୍ରେମସଂପର୍କ ଯୋଡ଼ିଛନ୍ତି। ଆଥିୟା ସେଟ୍ଟି ଓ ହଲିଉଡ ରାପର୍‌ ଡ୍ରେକ୍‌ଙ୍କ ମଧ୍ୟରେ ରହିଥିବା ଆଫେଆର୍‌କୁ ନେଇ ବଲିଉଡ୍‌ରେ ପ୍ରତିକ୍ରିୟା ବି ଶୁଣିବାକୁ ମିଳିଲାଣି।
ସଂପ୍ରତି ଡ୍ରେକ୍‌ କିକିଂ ଚାଲେଂଜ୍‌ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତା’ଛଡ଼ା ତାଙ୍କର ଗୀତ (ଇନ୍‌ ମାଇ ଫିଲିଙ୍ଗସ’ବି ଡ୍ରେକ୍‌ଙ୍କୁ ଲୋକପ୍ରିୟ କରିଛି। ନିକଟରେ ଉଭୟ ଡ୍ରେକ୍‌ ଓ ଆଥିୟା ମିଳିତ ଭାବେ ସୋସିଆଲ୍‌ ମିଡ଼ିଆରେ ଆଥିୟାଙ୍କ ପିତା ଅଭିନେତା ସୁନୀଲ ସେଟ୍ଟିଙ୍କ ଜନ୍ମଦିନ ଅବସରରେ ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହା ଉପରେ ପ୍ରତିକ୍ରିୟା ରଖି ଅଭିନେତା ବରୁଣ ଧଓ୍ଵନ୍‌ ଟିପ୍ପଣୀ ଦେଇ କହିଥିଲେ ,ଯେ‘କାହାକୁ ଜଣାଥିଲା ଯେ ତୁମେ ହିଁ କିକି? ଡ୍ରେକ୍‌ ଏହାର ପ୍ରତ୍ୟୁତ୍ତରରେ ଲେଖିଥିଲେ,ବରୁଣ ଟିଟି ଡୁ ୟୁ ଲଭ ମି?


ଏଠାରେ ସୂଚନାଯୋଗ୍ୟ ଯେ,ଲସ ଏଞ୍ଜେଲ୍‌ସରେ ଏକ ପାର୍ଟିରେ ଆଥିୟା ଓ ଡ୍ରେକ୍‌ ପ୍ରଥମେ ଏକାଠି ନଜର ଆସିଥିଲେ। ସେଥିରେ ସେମାନଙ୍କର ହାବଭାବରୁ ସ୍ପଷ୍ଟ ହୋଇଥିଲା କି ଦୁହେଁ ପ୍ରେମରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର