ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ଯେଉଁ ଦିନଠାରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ସେବେଠାରୁ ଚଳଚ୍ଚିତ୍ରଟି ଚର୍ଚ୍ଚାରେ ରହିଆସିଛି । ଲୋକମାନେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ରକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ସିନେମା ବକ୍ସ ଅଫିସରେ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ର ପ୍ରତି ଲୋକଙ୍କ କ୍ରେଜ୍ ମଧ୍ୟ ବହୁତ ରହିଛି। ଏହି କ୍ରମରେ ଜଣେ ଅଟୋ ଚାଳକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।
ଏହି ଅଟୋ ଚାଳକ 'ଦ କଶ୍ମୀର ଫାଇଲ୍ସ' ଚଳଚ୍ଚିତ୍ର ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ମାଗଣା ଯାତ୍ରା ପ୍ରଦାନ କରୁଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଅଟୋ ଚାଳକଙ୍କ ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ଭିଡିଓରେ ଅଟୋ ଚାଳକ ‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପାଇଁ ଯାଉଥିବା ମହିଳାମାନଙ୍କୁ ସିନେମା ହଲରେ ଛାଡ଼ୁଥିବା ଦେଖିବାକୁ ମିଳିଛି । ବିଶେଷ କଥା ହେଉଛି, ଯେତେବେଳେ ମହିଳାମାନେ ହଲରେ ପହଞ୍ଚି ଟଙ୍କା ବଢ଼ାଇଥିଲେ ଉକ୍ତ ଅଟୋ ଚାଳକ ଜଣକ ଏହି ମହିଳାମାନଙ୍କଠାରୁ ଅଟୋ ଭଡା ନେବାକୁ ମନା କରି ଦେଇଥିଲେ।
ଭିଡିଓରେ ଅଟୋ ଚାଳକ ଜଣକ କହୁଛନ୍ତି, ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ପାଇଁ ଏହା ହେଉଛି ତାଙ୍କର ଜନସେବା।
View this post on Instagram
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଇନଷ୍ଟାଗ୍ରାମରେ ଅଟୋ ଚାଳକଙ୍କ ଭିଡିଓ ସେୟାର କରିବାବେଳେ ଲେଖିଛନ୍ତି, 'ଭାରତ, ମାନବିକତା, ସମସ୍ତଙ୍କୁ ନମସ୍କାର, କୃତଜ୍ଞ'। ବିବେକ ଅଗ୍ନିହୋତ୍ରୀଙ୍କ ବ୍ୟତୀତ ଏହି ଭିଡିଓକୁ ଅନ୍ୟାନ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ମଧ୍ୟ ସେୟାର କରାଯାଇଛି । ' ଦ କଶ୍ମୀର ଫାଇଲ୍ସ' ଏପର୍ଯ୍ୟନ୍ତ ୨୦୦କୋଟି ଟଙ୍କା ଅତିକ୍ରମ କରିସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/55e797e1-07b4-46b7-a2ea-ade657f78f1b.jpg)