ଆଭେଞ୍ଜର ଏଣ୍ଡଗେମ୍‌ : ଫିଲ୍ମର ଦୃଶ୍ୟ ଦେଖି କାନ୍ଦ ବନ୍ଦ ନ ହେବାରୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ଯୁବତୀ

ନୂଆଦିଲ୍ଲୀ : ହଲିଉଡ୍‌ ଫିଲ୍ମ ଆଭେଞ୍ଜର : ଏଣ୍ଡଗେମ୍‌ ରିଲିଜ୍‌ ହେବା ପରଠାରୁ ବକ୍ସ ଅଫିସରେ ଏହା ଧମାଲ ମଚାଉଥିବା ଦେଖା ଯାଇଛି । ଖୁବ୍‌ କମ ଦିନ ମଧ୍ୟରେ ଫିଲ୍ମଟି ଅଧିକ ଆୟ କରିଥିବା ବେଳେ ଦିନକୁ ଦିନ ଏହା ଦର୍ଶକଙ୍କ ମନ କିଣିବାରେ ଲାଗିଛି । ତେବେ ଚାଇନାରେ ଜଣେ ଯୁବତୀ ଏହି ଫିଲ୍ମ ଦେଖି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି । ଫିଲ୍ମର ଦୁଃଖଦ ଦୃଶ୍ୟ ଦେଖି ଯୁବତୀଙ୍କର କାନ୍ଦ ବନ୍ଦ ହୋଇ ନଥିଲା । ଅନେକ ଚେଷ୍ଟା ପରେ କାନ୍ଦ ନ ହେବାରୁ ଯୁବତୀଜଣଙ୍କ ନିଶ୍ୱାସ ନେଇ ପାରି ନଥିଲେ । ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅମ୍ଲଜାନ ଦିଆ ଯାଇଥିଲା । କିଛି ସମୟ ପରେ ସେ ସ୍ଥିର ହେବା ସହ ନିଶ୍ୱାସ ନେଇ ପାରିଥିଲେ ।

ସୂଚନା ମୁତାବକ, ଫିଲ୍ମର ନିର୍ଦ୍ଦେଶନା ଆନ୍ଥୋନୀ ଏବଂ ଜୋ ରୁଷୋ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରବର୍ଟ ଡାଉନୀ ଜୁନିୟର, କ୍ରିସ୍‌ ଇଭାନ୍ସ, ମାର୍କ ରୁଫାଲୋ ଏବଂ କ୍ରିସ୍‌ ହେମ୍ସଓ୍ଵର୍ଥ ।

ସମ୍ବନ୍ଧିତ ଖବର