ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନସର ଅବନିତ କୌରଙ୍କୁ ତାଙ୍କର ଜଣେ ଫ୍ୟାନଙ୍କ ସହିତ ଇନଷ୍ଟାଗ୍ରାମରେ  ଲାଇଭ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ତେବେ ଅଭିନେତ୍ରୀଙ୍କ ସହ ଲାଇଭ ଭିଡିଓରେ କଥା ହେବା ଉକ୍ତ ଫ୍ୟାନଙ୍କୁ ମହଙ୍ଗା ପଡ଼ିଯାଇଛି।

Advertisment

ତେବେ ଅଭିନେତ୍ରୀ ଅବନିତ କୌର ପ୍ରାୟତଃ ତାଙ୍କ ଫ୍ୟାନଙ୍କ ସହ ଲାଇଭ ଆସି କଥା ହୋଇଥାଆନ୍ତି। ଆଉ ଫ୍ୟାନ ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତି। ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ବାଳକ ଅଭିନେତ୍ରୀଙ୍କୁ କହୁଛନ୍ତି, ‘ମୋ ପାଇଁ ଫ୍ୟାନ ପେଜ ତିଆରି କରିଥିବାରୁ ବହୁତବହୁତ ଧନ୍ୟବାଦ। ଭଗବାନଙ୍କ ଆର୍ଶୀବାଦ କରନ୍ତୁ। ସୁସ୍ଥ ଓ ସୁରକ୍ଷିତ ରୁହ।’

ଭିଡିଓ ଶେଷରେ ଅବନିତ ଯେମିତି ହିଁ ‘ଥ୍ୟାଙ୍କ ୟୁ ସୋ ମଚ’ କହୁଛନ୍ତି ବାଳକଙ୍କ ପଛରୁ ତାଙ୍କ ମା’ ଚାଲି ଆସି ଶକ୍ତ ଚାପୁଡ଼ା ପକାଉଛନ୍ତି। ଯାହାକୁ ଦେଖି ଅଭିନେତ୍ରୀ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ତେବେ କୁହାଯାଉଛି କି ବାଳକ ଜଣକ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ସହ ଲାଇଭ କଲରେ କଥା ହେଉଥିବା ବେଳେ ମା’ ଅନେକ ସମୟ ଧରି ପୁଅର କଥା ଶୁଣୁଥିଲେ। ଏହାପରେ ପାଖକୁ ଆସି ପଛରୁ ପୁଅକୁ ଚାପୁଡ଼ା ମାରିଥି‌ଲେ। ଆଉ କହିଥିଲେ, ‘ପାଠପଢ଼ା ବାହାନାରେ ଏସବୁ କ’ଣ ଚାଲିଛି।’

ଏହି ମଜାଳିଆ ଘଟଣାର ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ଏଥିସହିତ ମଜାଳିଆ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆଗକୁ ଏମିତି ଭୁଲ କରିବ ନାହିଁ। ଜଗି ରଖି କଥା ହେବ।’