ଏହି କାରଣରୁ ଏକା ସାଙ୍ଗରେ ସୁଟ୍ ହେବ ବ୍ରହ୍ମାସ୍ତ୍ରର ଦ୍ବିତୀୟ ଓ ତୃତୀୟ ଭାଗ

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ଜଲୱା ଶେଷରେ ଦର୍ଶକ ଦେଖିବାକୁ ପାଇଲେ। ରିଲିଜ୍‌ ପୂର୍ବରୁ ଯେଉଁ ଫିଲ୍ମକୁ ନେଇ ସମସ୍ତେ ଦ୍ବନ୍ଦ୍ବରେ ଥିଲେ ରିଲିଜ୍‌ ପରେ କିନ୍ତୁ ସେ ଦ୍ବନ୍ଦ୍ବ ଦୂର ହୋଇଛି। ଫିଲ୍ମଟି ଯେଉଁ ଭଳି ଭାବେ ରୋଜଗାର କରି ଚାଲିଛି, ସେଥିରେ ସମସ୍ତ ଚକିତ ହୋଇଛନ୍ତି। ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ରର ବିପୁଳ ବକ୍ସ ଅଫିସ୍‌ କଲେକ୍ସନ ଦ୍ବିତୀୟ ସପ୍ତାହରେ ବି ଜାରି ରହିଛି। ‘ବ୍ରହ୍ମାସ୍ତ୍ର’ ୧୦ମ ଦିନ ମଧ୍ୟରେ ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଫିଲ୍ମକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି।

ଫିଲ୍ମ ବ୍ରହ୍ମାସ୍ତ୍ରର ଦ୍ବିତୀୟ ଓ ତୃତୀୟ ଭାଗ ରିଲିଜ୍ ହେବାକୁ ଥିବା ବେଳେ ଏହି ଦୁଇଟି ଭାଗର ସୁଟିଂ ଏକା ସାଙ୍ଗରେ ହେବ ବୋଲି ଜଣାପଡ଼ିଛି। ଅଭିନେତା ରଣବୀର କପୁର କହିଛନ୍ତି ଯେ, ଅସ୍ତ୍ରଭର୍ସ ଅନ୍ୱେଷଣ କରିବାର ସମ୍ଭାବନା ଅସୀମ। ପ୍ରତ୍ୟେକ ଅସ୍ତ୍ରର ଇତିହାସ ଏବଂ ବ୍ରହ୍ମାଣ୍ଡ ଊପରେ ଏକାଧିକ ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ। ତେଣୁ ଏକ ଟିମ୍ ଭାବରେ ଆମର ଯୋଜନା ହେଉଛି ଉଭୟ ଦ୍ବିତୀୟ ଓ ତୃତୀୟ ଭାଗର ସୁଟିଂ ଏକା ସାଙ୍ଗରେ କରିବୁ। ଏହା ଦ୍ବାରା ଫିଲ୍ମ ରିଲିଜରେ ବିଳମ୍ବ ହେବ ନାହିଁ ଏବଂ ଠିକ ସମୟରେ ଫିଲ୍ମ ରିଲିଜ ହୋଇପାରିବ।

ସମ୍ବନ୍ଧିତ ଖବର