ମରିସସ୍ରେ ଅନିଲ ଶର୍ମାଙ୍କ ଫିଲ୍ମ ‘ଜିନିଅସ୍’ର ସୁଟିଂ ଶେଷ ହେବା ଉପରେ। ଏହା ଆୟଶା ଜୁଲ୍କାଙ୍କ କମ୍-ବ୍ୟାକ୍ ଫିଲ୍ମ। ପ୍ରାୟ ସାତ ବର୍ଷ ପରେ ବଲିଉଡ୍ ଦର୍ଶକ, ତାଙ୍କୁ ଦେଖିବାକୁ ଯାଉଛନ୍ତି। ଆୟଶାଙ୍କୁ ଏବେ ପଞ୍ଚଚାଳିଶ ବର୍ଷ। ୧୯୮୩ର ଫିଲ୍ମ ‘କୈସେ କୈସେ ଲୋଗ’ରେ ଶିଶୁ କଳାକାର ଭାବେ ତାଙ୍କ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ ହୋଇଥିଲା। ‘ଖିଲାଡ଼ୀ’, ‘ଜୋ ଜିତା ଓ୍ଵହୀ ସିକନ୍ଦର’, ‘ଓ୍ଵକ୍ତ ହମାରା ହୈ’ ଆଦି ଫିଲ୍ମ ତାଙ୍କୁ ବଲିଉଡ୍ରେ ଆଗ ଧାଡ଼ିକୁ ଆଣିଥିଲା। ୨୦୧୦ରେ ମୁକ୍ତିଲାଭ କରିଥିବା ‘ଅଦା..ଏ େଓ୍ଵ ଅଫ୍ ଲାଇଫ୍’ ପରେ ସେ ଅଭିନୟ ଛାଡ଼ିଦେଇଥିଲେ। ବିବାହ କରି ଘର-ସଂସାର ବସାଇଥିଲେ। ପେସାରୁ ଦୂରେଇ ବ୍ୟକ୍ତିଗତ ଜୀବନକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏବେ ପତିଙ୍କ ସହମତି କ୍ରମେ ସେ ଅଭିନୟ ଦୁନିଆକୁ ଫେରିଥିବା ପ୍ରକାଶ। ଆୟେଶା ସହଜରେ ବୁଝାମଣା କରୁ ନ ଥିବା କଳାକାର। ଏହି କାରଣରୁ ସେ ଅଧିକ ସଂଖ୍ୟକ ଫିଲ୍ମ ପାଉ ନ ଥିଲେ। ଏବେ ବି ତାଙ୍କ ସ୍ୱଭାବ ଅପରିବର୍ତ୍ତିତ ରହିଛି।
ସାତ ବର୍ଷ ପରେ ପରଦାକୁ ଫେରିଲେ ଏହି ବଲିଉଡ୍ ନାୟିକା
/sambad/media/post_attachments/wp-content/uploads/2018/01/ayesha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)