ନିଜ ହୋଟେଲ୍‌କୁ କ୍ବାରାଣ୍ଟିନ୍‌ ପାଇଁ ଦେବେ ଆୟେଶା ଟାକିଆ ଓ ଫରହାନ୍‌

ଅଭିନେତ୍ରୀ ଆୟେଶା ଟାକିଆ ଓ ତାଙ୍କ ସ୍ବାମୀ ଫରହାନ୍‌ ଆଜ୍‌ମି ନିଜର ହୋଟେଲ୍‌କୁ କ୍ବାରାଣ୍ଟିନ୍‌ ବା ସଙ୍ଗରୋଧର ସୁବିଧା ପାଇଁ ପ୍ରଦାନ କରିବେ। ନିକଟରେ ଶାହରୁଖ ନିଜର ୪ ତାଲା ବିଶିଷ୍ଟ ଘରକୁ କ୍ବା‌ରାଣ୍ଟିନ୍‌ ପାଇଁ ପ୍ରଦାନ କରିଥିବା ବେ‌ଳେ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ଏହି ଦମ୍ପତି। ଦକ୍ଷିଣ ମୁମ୍ବାଇରେ ଥିବା ସେମାନଙ୍କ ହୋଟେଲ୍‌ରେ କ୍ବାରାଣ୍ଟିନ୍‌ ସୁବିଧା ଯୋଗାଇଦେବା ପାଇଁ ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି)କୁ କହିଛନ୍ତି। ଫରହାନ୍‌ କହିଛନ୍ତି ଯେ ଆମେ ସମସ୍ତେ ଏ ବିପତ୍ତି ବେଳେ ଏକାଠି ସହଯୋଗ ପାଇଁ ଆଗେଇ ଆସିବା ଉଚିତ। ଶାହରୁଖଙ୍କ ବ୍ୟତୀତ ଅଭିନେତା ସୋନୁ ସୁଡ୍‌ ମଧ୍ୟ ତାଙ୍କ ହୋଟେଲ୍‌କୁ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମୀଙ୍କ ରହିବାର ବ୍ୟବସ୍ଥା କରିଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ କରୋନା ଆହ୍ବାନକୁ ମୁକାବିଲା ପାଇଁ ଦିନରାତି ଏକ କରି ଦେଉଥିବା ବେଳେ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରିବାକୁ ଆଗେଇ ଆସିଥିବା ସୋନୁ କହିଛନ୍ତି।

ସମ୍ବନ୍ଧିତ ଖବର