ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆଙ୍କୁ ଧମକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଲେ ତାଙ୍କ ସ୍ୱାମୀ

ମୁମ୍ବାଇ : ଏକ ସମୟରେ ସମସ୍ତଙ୍କ ପସନ୍ଦର ଅଭିନେତ୍ରୀ ଥିଲେ ଆୟେଶା ଟାକିଆ । ଅନେକ ଯୁବକ ତାଙ୍କ ଲୁକ୍‌କୁ ନେଇ ପାଗଳ ହୋଇଥିଲେ ମଧ୍ୟ ଏବେ ସେ ନିଜକୁ ଫିଲ୍ମ ଦୁନିଆରୁ ଦୂରେଇ ରଖିଛନ୍ତି । କିଛି ବର୍ଷ ହେଲା ସେ କୌଣସି ଫିଲ୍ମରେ ନଜର ଆସି ନ ଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆୟେଶା । ଜଣେ ଆୟଶାଙ୍କୁ ଧମକ ଦେଇଥିବା ତାଙ୍କ ସ୍ୱାମୀ ଫର୍‌ହାନ ଆଜ୍‌ମି ଅଭିଯୋଗ କରିଛନ୍ତି । ଏ ନେଇ ସେ ଟ୍ଵିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ତାଙ୍କ ସ୍ତ୍ରୀ,ମା’ ଏବଂ ଭଉଣୀକୁ ଧମକପୁର୍ଣ୍ଣ ଫୋନ ଏବଂ ମେସେଜ ଆସୁଥିବାରୁ ଅଭିଯୋଗ ଆଣିଥିଲେ ଫର୍‌ହାନ ଆଜମି ।

ଏହା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବା ପାଇଁ ସେ ବାରମ୍ବାର ଫୋନ କରୁଥିଲେ ମଧ୍ୟ ତାଙ୍କ ଫୋନ କେହି ଉଠାଉ ନଥିବା ସହ ଫୋନ ମଧ୍ୟ କରୁ ନଥିବା କହିଛନ୍ତି ଫର୍‌ହାନ୍‌ । ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସେ ଧମକ ଧମକପୁର୍ଣ୍ଣ ଫୋନ ଏବଂ ମେସେଜ ବିଷୟରେ ଲେଖିବା ସହ ଡ଼ିସିପି ଦାହିଆ ତାଙ୍କର ଫୋନ ଉଠାଉ ନାହାନ୍ତି ବୋଲି ଲେଖିଥିଲେ । ସୂଚନା ମୁତାବକ,କିଛି ଦିନ ପୂର୍ବରୁ ଜଣେ ଅଜଣା ବ୍ୟକ୍ତି ଆୟଶାଙ୍କ ନମ୍ବର ପାଇ ତାଙ୍କୁ ଫୋନ କରିଥିଲେ। ଫୋନ ଉଠାଇବା ପରେ ତୁମେ ଏବଂ ତୁମ ସ୍ୱାମୀ ଖୁବ୍‌ ଶୀଘ୍ର ଜେଲ୍‌ରେ ଥିବ ବୋଲି କହି ଧମକ ଦେଇଥିଲେ । ପ୍ରଥମେ ଆୟଶା ଏହାକୁ ଅଣଦେଖା କରିବା ପରେ ଅଜଣା ଯୁବକଜଣଙ୍କ ତାଙ୍କୁ ବାରମ୍ବାର ଫୋନ ଏବଂ ମେସେଜ୍‌ କରିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର