ମୁମ୍ବାଇ: ଆୟେଶା ଟାକିୟା ଏବେ ବି-ଟାଉନର ଗ୍ଲାମର ଏବଂ ଲାଇମଲାଇଟଠାରୁ ଦୂରଇ ରହିଛନ୍ତି। କିନ୍ତୁ ଦିନ ଥିଲା ଯେତେବେଳେ ତାଙ୍କୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଉଥିଲା | ଫିଲ୍ମ ସହ ଗଣମାଧ୍ୟମର ନଜରଠାରୁ ଦୂରେଇ ରହିଥିବା ଆୟେଶାଙ୍କୁ କିଛି ଦିନ ତଳେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତାଙ୍କ ପରିବର୍ତ୍ତିତ ଚେହେରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଥିଲେ। ଏବେ ଆୟେଶା ଟ୍ରୋଲ କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି।
View this post on Instagram
ଇନଷ୍ଟାରେ ପୋଷ୍ଟ କରି ସେ ଲେଖିଛନ୍ତି, ଭଉଣୀଙ୍କ ଦେହ ଖରାପ ଥିବାରୁ ସେ ହସ୍ପିଟାଲରେ ଥିଲେ। ତାଙ୍କୁ ଦେଖା କରିବା ପାଇଁ ମୁଁ ଗୋଆ ଯାଇଥିଲି। ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ମୋତେ ବିମାନବନ୍ଦରରେ ଅଟକାଇ ମୋର ଫଟୋ ଉଠାଇଥିଲେ। ପରେ ସେହି ପଟୋ ଭାଇରାଲ ହେବାରୁ ଲୋକେ ମୋତେ ଟ୍ରୋଲ କରୁଛନ୍ତି। ମୋର ରୂପକୁ ସମାଲୋଚନା କରିବା ବ୍ୟତୀତ ଦେଶରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ କି? ଲୋକମାନେ ମୋ ବିଷୟରେ କ’ଣ ଭାବନ୍ତି ତାହା ମୁଁ ଭଲ ଭାବରେ ଜାଣିପାରିଛି | ମୋ ପିଛା ଛାଡ଼। ମୋତେ ବଲିଉଡକୁ ଫେରିବାର କୌଣସି ଇଚ୍ଛା ନାହିଁ।