ମୁମ୍ବାଇ: ସିଙ୍ଗିଙ୍ଗ୍ ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୩’ର ବିଜେତା ଘୋଷଣା ହୋଇସାରିଛି। ଏହି ସିଜିନ୍‌ରେ ବାଜିମାତ୍‌ କରିଛନ୍ତି ଅ‌ଯୋଧ୍ୟାର ଋଷି ସିଂହ। ଅରିଜିତ ସିଂଙ୍କ ସ୍ବର ସହ ଋଷିଙ୍କ ସ୍ବରର ସାମଞ୍ଜସ୍ୟ ଥିବା ପ୍ରଶଂସକମାନେ କହୁଥିବା ବେଳେ ଶେଷରେ ସେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏହି ପ୍ରତିଯୋଗିତାକୁ ଜିତିବା ପରେ ଋଷି ୨୫ ଲକ୍ଷ ଟଙ୍କାର ଚେକ୍‌ ନେଇ ଘରକୁ ଯାଇଛନ୍ତି। ଏହି ସୋ’ରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ଦେବସ୍ମିତା ରୟ ଏବଂ ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି ଚିରାଗ କୋଟୱାଲ। ଏହି ୩ ଜଣଙ୍କୁ ବାଦ୍‌ ଦେଲେ ଗତକାଲି ସୋ’ରେ ସୋନାକ୍ଷୀ କର, ଶିବମ୍‌ ସିଂହ ଏବଂ ବିଦିପ୍ତା ଚକ୍ରବର୍ତ୍ତୀଙ୍କୁ ବି ଦେଖିବାକୁ ମିଳିଥିଲା।

Advertisment

ଲୋକପ୍ରିୟ ରିଆଲିଟି ସୋ’କୁ ବିଚାରପତି ଭାବେ ହିମେଶ ରେଶମିୟା, ବିଶାଲ ଡଡଲାନି ଏବଂ ନେହା କକ୍କର ସୋ’ରେ ହାରଜିତ୍ ନିଷ୍ପତ୍ତି କରିଥିଲେ। ତେବେ ଏହି ସୋ’ରେ ଋଷି ତାଙ୍କ ସଂପର୍କରେ ଏକ ବଡ଼ କଥାର ଖୁଲାସା କରିଥିଲେ। ସେ ତାଙ୍କ ବାପାମାଆଙ୍କର ପୋଷ୍ୟ ପୁତ୍ର ବୋଲି କହିବା ପରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ସେ ମଞ୍ଚରେ ଭାବପ୍ରବଣ ହୋଇ ନିଜ କାହାଣୀ ବଖାଣିବା ବେଳେ କହିଥି‌ଲେ ଯେ ‘ମୋ ବାପାମାଆ ମୋତେ ପୋଷ୍ୟ ଭାବେ ଗ୍ରହଣ ନକରିଥିଲେ ଏବେ ମୁଁ କେଉଁଠାରେ ସଢୁଥାନ୍ତି, ନହେଲେ ମରିଥାନ୍ତି’।

ସେ ଆହୁରି ବି କହିଛନ୍ତି ନିଜ ସଂପର୍କରେ ଏହି ବଡ଼ କଥାକୁ ସେ ବି ନିକଟ ଅତୀତରେ ହିଁ ଜାଣିଛନ୍ତି। ଏହି ରିୟଲିଟି ସୋ’ର ଥିଏଟର୍‌ ରାଉଣ୍ଡ୍‌ରେ ତାଙ୍କ ବାପାମାଆ ତାଙ୍କୁ ଏହି କଥା କହିଛନ୍ତି। ସବୁ କଥା କହିବା ପରେ ତାଙ୍କୁ ପୋଷ୍ୟ ଭ‌ାବେ ଗ୍ରହଣ କରିଥିବା ତାଙ୍କ ମାଆବାପା‌ଙ୍କୁ ସେ ଈଶ୍ବରଙ୍କ ସହ ତୁଳନା କରିବାକୁ ଆଦୌ ପଛଘୁଞ୍ଚା ଦେଇ ନଥିଲେ। ଏସବୁ କହିବା ବେଳେ ସେ ଭାବପ୍ରବଣ ହୋଇଉଠିଥିଲେ।