ସ୍ମିତା ପାଟିଲଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆୟୁଷ୍ମାନ

ଦିଗଗଜ୍‌ ଅଭିନେତ୍ରୀ ସ୍ମିତା ପାଟିଲ ମାତ୍ର ୩୧ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପ୍ରସବଜନିତ ସମସ୍ୟା ଭିତରେ ତାଙ୍କ ପରଲୋକ ହୋଇଥିଲା। ଆଜି ତାଙ୍କର ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବଡ଼ ବଡ଼ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ତାଙ୍କ ସ୍ବାମୀ ରାଜ୍‌ ବବର ଓ ପୁଅ ପ୍ରତୀକ ବବର ବି ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଅଭିନେତା ଆୟୁଷ୍ମ‌ାନ ଖୁରାନା ବି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଆୟୁଷ୍ମାନ, ସ୍ମିତାଙ୍କର ଏକ କଳାଧଳା ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରି ଲେଖିଛନ୍ତି, ସେ ମାତ୍ର ୩୧ବର୍ଷର ହୋଇଥିଲେ, ଯେତେବେଳେ ଦୁନିଆରୁ ବିଦାୟ ନେଇଥିଲେ। ଏଥିସହ ସେ ସ୍ମିତାଙ୍କ ଏକ ମରାଠୀ ଚଳଚ୍ଚିତ୍ରର ସଙ୍ଗୀତ ‘ଜୈତ୍‌ ରେ ଜୈତ୍‌’ ଏହି ପୋଷ୍ଟ ସହ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର