ମୁମ୍ବାଇ: କିଛି ମାସ ତଳେ ବଲିଉଡ୍ ଅଭିନେତା ଇର୍ଫାନ ଖାନ୍ ଏବଂ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ । ଏବେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା ନିଜ ରୋଗକୁ ନେଇ ସୂଚନା ଦେଇଛନ୍ତି । ଇନ୍ଷ୍ଟାଗ୍ରାମ୍କୁ ଯାଇ ତାହିରା ନିଜ କର୍କଟ ରୋଗ ସଂପର୍କରେ ଜଣାଇବା ପରେ ଏହି ଖବର ସାମ୍ନାକୁ ଆସିଛି । ତାହିରାଙ୍କ ଡ଼ାହାଣ ସ୍ତନରେ ଡ଼ିସିଆଇଏସ୍ (ductal carcinoma in situ) ଥିବା ଜଣା ପଡ଼ିଥିଲା ।
/sambad/media/post_attachments/wp-content/uploads/2018/09/cats-72-620x400-300x194.jpg)
ଏହା କର୍କଟ ରୋଗର ପ୍ରଥମ ଷ୍ଟେଜ୍ ଥିବାରୁ ତାହିରା ନିଜର ଚିକିତ୍ସା କରାଇ ନେବା ସହ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି । ଠିକ୍ ସମୟରେ ଏହାର ଚିକିତ୍ସା କରିଥିବାରୁ ତାହିରା ସୁସ୍ଥ ହୋଇ ପାରିଥିବା ଜଣାଇଛନ୍ତି । ସମସ୍ତ ମହିଳାଙ୍କୁ ଚିକତ୍ସା କରିବା ପାଇଁ କହିବା ସହ କର୍କଟ ରୋଗ ବିଷୟରେ ଜାଣିବା ପାଇଁ ନିୟମିତ ଚିକିତ୍ସା କରିବା ଦରକାର ବୋଲି ତାହିରା ଉପଦେଶ ଦେଇଛନ୍ତି ।