ଚାଟୁକାର ଆଉଟ୍‌-ସାଇଡର୍‌ ଆୟୁଷ୍ମାନ୍‌!

ରିୟା‌ ଚକ୍ରବର୍ତୀ ଓ ଷ୍ଟାର୍‌ କିଡ୍‌ମା‌ନଙ୍କୁ ସମର୍ଥନ ଜଣାଇ ବିବାଦ ଘେରରେ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଆୟୁଷ୍ମାନ୍‌ଙ୍କୁ ତାଚ୍ଛଲ୍ୟ କରି ପୂର୍ବତନ ଅଭିନେତା କମାଲ ରସିଦ ଖାନ୍‌ ଆଜି ଟ୍ବିଟର୍‌ରେ ଲେଖିଛନ୍ତି, ଆୟୁଷ୍ମାନ୍‌ ରିୟା ଓ ଷ୍ଟାର୍‌ କିଡ୍‌ମାନଙ୍କୁ ସମର୍ଥନ ଜଣାଇବା ପଛରେ ୩ଟି କାରଣ ରହିଛି। ପ୍ରଥମଟି ହେଲା, ତାଙ୍କୁ ବଲିଉଡ୍‌ରେ ତିଷ୍ଠି ରହିବାର ଅଛି। ଦ୍ବିତୀୟତଃ ସେ ୟଶ୍‌ରାଜ୍‌ ଫିଲ୍ମସ୍‌ର ଜଣେ କଳାକାର ଓ ତୃତୀୟ‌ରେ ସୁଶାନ୍ତ ତାଙ୍କର ଜଣେ ଦୃଢ଼ ପ୍ରତିଦ୍ବନ୍ଦୀ ଥିଲେ। ଏଥିସହ ସେ ଲେଖିଛନ୍ତି, ଚିନ୍ତା କରନି, ତୁମ ଚଳଚ୍ଚିତ୍ର ବି ଆଗକୁ ମୁକ୍ତିଲାଭ କରିବ ଓ ଏହା ଜରିଆରେ ଦର୍ଶକ ତୁମକୁ ଉଚିତ ଉତ୍ତର ଦେବେ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ଏହି ଟ୍ବିଟ୍‌କୁ ଟ୍ୟାଗ୍‌ କରିବା ସହ ରିଟ୍ବିଟ୍‌ କରି ଲେଖିଛନ୍ତି ଯେ ଚାଟୁକାର ଆଉଟ୍ ସାଇଡର୍‌ମାନେ ଚଳଚ୍ଚିତ୍ର ମାଫିଆମାନଙ୍କ ଲଗାତର ସମର୍ଥନ କରିଚାଲିଛନ୍ତି। କାରଣ ‌ବଲିଉଡ୍‌ରେ ସେମାନଙ୍କର ସ୍ଥାନ ଅତି ସାମାନ୍ୟ। ସେମାନଙ୍କୁ କେହି ଖାତିର କରୁନାହାନ୍ତି, ଏଣୁ ସେମାନେ କେବଳ ସୁଶାନ୍ତ ଓ ମୋ ଭଳି କଳାକାରଙ୍କ ପରିସ୍ଥିତିର ଫାଇଦା ନେବାକୁ ଚାହାନ୍ତି। ଆମେ ଯେଉଁମାନେ ଚଳଚ୍ଚିତ୍ର ମାଫିଆମାନଙ୍କୁ ସିଧାସଳଖ ମନା କରି ସେମାନଙ୍କ ଆକ୍ରୋଶର ଶିକାର ହେଉ, ଏହି ଚାଟୁକାରମାନେ ଏଭଳି ପରିସ୍ଥିତିର ଲାଭ ଉଠାନ୍ତି।

ସମ୍ବନ୍ଧିତ ଖବର