ଏବେ ଆଉ ସମାଜକୁ ବାର୍ତ୍ତା ଦେଉଥିବା ଫିଲ୍ମ କରିବି ନାହିଁ: ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଫିଲ୍ମ ବାଛିବାରେ ପରିବର୍ତ୍ତନ ଆଣିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ପୂର୍ବରୁ କେବଳ ସମାଜକୁ ଭଲ ବ‌ାର୍ତ୍ତା ଦେବା ଭଳି ଫିଲ୍ମ କରୁଥିବା ଆୟୁଷ୍ମାନ ଏବେ ଆକ୍ସନ ଓ କମେଡି ଫିଲ୍ମ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ଆୟୁଷ୍ମାନ କହିଛନ୍ତି ଯେ, ସେ କେବଳ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

ଆୟୁଷ୍ମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନ ଆକ୍ସନ୍ ହିରୋ’ ବିଷୟରେ ଆଲୋଚନା କରି ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୌଣସି ଆକ୍ସନ ହିରୋ ଏହି ଫିଲ୍ମ କରିଥିଲେ ସେତେଟା ମଜା ଲାଗିନଥାନ୍ତା। ଲୋକେ ଫିଲ୍ମକୁ ନେଇ ଚର୍ଚ୍ଚା କରୁଛନ୍ତି କାରଣ ମୁଁ ଏଭଳି ଫିଲ୍ମ ଆଗରୁ କରିନାହିଁ କି ମୁଁ ଜଣେ ଆକ୍ସନ ହିରୋ ନୁହେଁ। ପୂର୍ବରୁ ମୁଁ କେବଳ ସ‌ାମାଜିକ ବାର୍ତ୍ତା ଦେବା ଭଳି ଫିଲ୍ମ କରୁଥିଲି। ଆକ୍ସନ ହିରୋ ହୋଇପାରିବି ବୋଲି ମୋର ବିଶ୍ବାସ ନଥିଲା। ହେଲେ ଏବେ ‘ଆନ ଆକ୍ସନ୍ ହିରୋ’ ଫିଲ୍ମ କରିବା ପରେ ମୁଁ ଆକ୍ସନ ହିରୋ ବି ହୋଇପାରିବି ବୋଲି ଆୟୁଷ୍ମାନ କହିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ, ‘ଆନ ଆକ୍ସନ୍ ହିରୋ’ ଫିଲ୍ମ କରିବା ବେଳେ ଏଥିରେ କୌଣସି ସାମାଜିକ ବାର୍ତ୍ତା ନରହୁ ବୋଲି ମୁଁ ଚାହୁଁଥିଲି। କାରଣ କିଛି ସମୟ ପାଇଁ ସାମାଜିକ ବାର୍ତ୍ତା ଥିବା ଫିଲ୍ମଠାରୁ ନିଜକୁ ଦୂରେଇ ମୁଁ କିଛି ନୂଆ କରିବାକୁ ଚାହୁଁଛି। କାରଣ କୋଟି କୋଟି ଦର୍ଶକଙ୍କ ପସନ୍ଦ ଅଲଗା ଥିବା ବେଳେ ଏବେ ଲୋକେ ଆକ୍ସନକୁ ପସନ୍ଦ କରୁଛନ୍ତି। ‌ସେମାନଙ୍କ ପସନ୍ଦ ଅନୁଯାୟୀ ଆମକୁ କାମ କରିବାକୁ ହେବ।

ସମ୍ବନ୍ଧିତ ଖବର