କାଷ୍ଟିଙ୍ଗ କାଉଚ୍‌କୁ ନେଇ ମୁହଁ ଖୋଲିଲେ ଆୟୁଷ୍ମାନ ଖୁରାନା : ଫିଲ୍ମରେ ନେବା ପୂର୍ବରୁ କାଷ୍ଟିଙ୍ଗ ଡିରେକ୍ଟର ମୋ ଗୁପ୍ତାଙ୍ଗ ଦେଖିବାକୁ ଚାହିଁଥିଲେ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ଏବେ ନିଜର ଆଗାମୀ ଫିଲ୍ମ ‘ଆନ୍ଧାଧୁନ୍ଦ’ ଏବଂ ‘ବଧାଇ ହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇଟି ଫିଲ୍ମ ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିବା ଜଣାପଡ଼ିଛି । ତେବେ ଏତେ ଦିନ ବଲିଉଡ୍‌ରେ କାମ କରିବା ପରେ ଆୟୁଷ୍ମାନ କାଷ୍ଟିଙ୍ଗ କାଉଚ୍‌କୁ ନେଇ ମୁହଁ ଖୋଲିଛନ୍ତି । ସେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକ ଚାଟ୍‌ ସୋ’ରେ ଯୋଗ ଦେଇ ଆୟୁଷ୍ମାନ ଏହି ଖୁଲାସା କରିଛନ୍ତିି । ପୂର୍ବରୁ ଅନେକ ବଲିଉଡ୍‌ କଳାକାର ଏବଂ ଟେଲିଭିଜନ କଳାକାର କାଷ୍ଟିଙ୍ଗ କାଉଚ୍‌କୁ ନେଇ ନିଜ ଅନୁଭୂତି ସେୟାର କରିଥିବା ବେଳେ ଏବେ ଆୟୁଷ୍ମାନ ଏ ନେଇ ନିଜର ଅଭିଜ୍ଞତା ସେୟାର କରିଛନ୍ତି ।

FilmiBeat

ସେ କହିଛନ୍ତି, ଥରେ ଜଣେ କାଷ୍ଟିଙ୍ଗ ଡ଼ିରେକ୍ଟର ମୋତେ ମୋ ଗୁପ୍ତାଙ୍ଗ ଦେଖାଇବା ପାଇଁ କହିଥିଲେ । ତାଙ୍କୁଠାରୁ ଏ କଥା ଶୁଣି ମୁଁ ଜୋର ଜୋରରେ ହସିବାକୁ ଲାଗିଥିଲି। ପରେ ମୁଁ ତାଙ୍କୁ ଆପଣ ଥଟ୍ଟା କରୁ ନାହାନ୍ତି ତ ବୋଲି ପଚାରିଥିଲି। ମାତ୍ର ପ୍ରକୃତରେ ସେ ଏପରି କରିବା ପାଇଁ କହୁଥିଲେ ବୋଲି ମୁଁ ଜାଣିଲି । ଏହା ପରେ ମୁଁ ସେ ଫିଲ୍ମ କରିବା ପାଇଁ ମନା କରି ଦେଇଥିଲି ବୋଲି ଆୟୁଷମାନ କହିଛନ୍ତି ।

ସମ୍ବନ୍ଧିତ ଖବର