ଏହି ଦିଗ୍ଗଜ ଗାୟକଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ଆୟୁଷ୍ମାନ ଖୁରାନା

ମୁମ୍ବାଇ : ଅଭିନେତା-କଣ୍ଠଶିଳ୍ପୀ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବଧାଇ ହୋ’ ଏବେ ପ୍ରେକ୍ଷାୟଳରେ ଧମାଲ ମଚାଉଛି । ଏହି ଫିଲ୍ମଟି କ୍ରିଟିକ୍ସମାନଙ୍କୁ ମଧ୍ୟ ଖୁସି କରାଇ ପାରିଛି । ଏହା ପୂର୍ବରୁ ଆୟୁଷ୍ମାନଙ୍କ ଫିଲ୍ମ ‘ଅନ୍ଧାଧୁନ’ ରିଲିଜ୍‌ ହୋଇଥିଲା । ଯାହାକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏବେ ଦୁଇଟି ଫିଲ୍ମର ସଫଳତା ପରେ ସେ ଦିଗ୍ଗଜ ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଥିବା ଜଣା ପଡ଼ିଛି । କିଶୋର କୁମାର ଯିଏ କି ଏକା ଧାରାରେ ଜଣେ ଅଭିନେତା,କଣ୍ଠଶିଳ୍ପୀ,ପ୍ରାଯୋଜକ,ନିର୍ଦ୍ଦେଶକ ଏବଂ ପଟକଥା ଲେଖକ ଥିଲେ । ଏକ ସାକ୍ଷାତକାରରେ ସେ ନିଜର ଇଚ୍ଛା ଜାହିର କରି କିଶୋର କୁମାରଙ୍କ ଭୂମିକାରେ ଆସିବା ପାଇଁ ଚାହୁଁଥିବା କହିଛନ୍ତି ।

Hindustan Times

ତାଙ୍କ କହିବା ଅନୁଯାୟୀ,”ସବୁ ଫିଲ୍ମରେ ମୁଁ ଗୀତ ଗାଇଛି । ‘ଅନ୍ଧାଧୁନ’ରେ ଦୁଇଟି ଗୀତ ଗାଇଥିବା ବେଳେ ଫିଲ୍ମ ‘ବଧାଇ ହୋ’ରେ ମଧ୍ୟ ଗୀତ ଗାଇଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କୌଣସି ଫିଲ୍ମରେ କଣ୍ଠଶିଳ୍ପୀ ଭାବରେ ନଜର ଆସି ନାହିଁ । ଯାହା ପାଇଁ ମୋର କିଶୋର କୁମାରଙ୍କ ବାୟୋପିକ୍‌ରେ ଆସିବା ପାଇଁ ଇଚ୍ଛା ରହିଛି । ଯେଉଁ ଥିରେ ମୁଁ ଅଭିନେତା ଏବଂ କଣ୍ଠଶିଳ୍ପୀ ଉଭୟ ଭୂମିକାରେ ନଜର ଆସି ପାରିବି । ମୁଁ ତାଙ୍କର ବହୁତ ବଡ଼ ପ୍ରଶଂସକ । କିଛି ଦିନ ତଳେ ନିର୍ଦ୍ଦେଶକ ଅନୁରାଗ ବାସୁ କିଶୋର କୁମାରଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଯାଉଥିବା ମୁଁ ଶୁଣିଥିଲି । ମୋ ହିସାବରେ ସେ ମୋତେ ସେହି ଫିଲ୍ମରେ ନେବା ଦରକାର” ବୋଲି କହିଛନ୍ତି ଆୟୁଷ୍ମାନ ।

ସମ୍ବନ୍ଧିତ ଖବର