ଏହି ଅଭିନେତାଙ୍କୁ ହେବାକୁ ପଡ଼ିଛି ଦୃଷ୍ଟିହୀନ , ଜାଣନ୍ତୁ ଏମିତି କାହିଁକି କୁହାଯାଉଛି ?

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଆୟୁଷ୍ମାନ୍‌ ଖୁରାନା ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ଙ୍କ ନୂଆ ସିନେମା ‘ଅନ୍ଧାଧୁନ’ରେ ଦେଖା ଦେବେ ଏକ ଭିନ୍ନ ଭୂମିକାରେ। ଏଥିରେ ଆୟୁଷ୍ମାନ୍‌ ଖୁରାନାଙ୍କ ଚରିତ୍ରଟି ହେଉଛି ଜଣେ ଦୃଷ୍ଟିହୀନ ପିଆନୋ ବାଦକର। ଏହି ଭୂମିକାକୁ ନ୍ୟାୟ ଦେବାଲାଗି କରିବା ଲାଗି ସେ ପ୍ରାୟ ୁ ଦୁଇ ମାସ ଧରି କ୍ରମାଗତ ଭାବେ ପିଆନୋ ବଜାଇବା ଶିଖଥିଲେ ବୋଲି କୁହାଯାଏ। ସେ ଜଣାଶୁଣା ପିଆନୋ ବାଦକ ଅକ୍ଷୟ ବର୍ମାଙ୍କଠାରୁ ପିଆନୋ ବାଦନ ଶିଖିଥିଲେ। ଆୟୁଷ୍ମାନ୍‌ ଜଣେ ବହୁମୁଖୀ ପ୍ରତିଭାସଂପନ୍ନ କଳାକାର। ସେ ଏକାଧାରରେ ଜଣେ ଗାୟକ ଓ ଗୀତିକାର ଓ କଂପୋଜର । ଏଣୁ ତାଙ୍କୁ ସହଜରେ ପିଆନୋ ବାଦନ ଶିଖିବାରେ କିଛି ଅସୁବିଧା ହୋଇ ନଥିଲା।


‘ଅନ୍ଧାଧୁନ୍‌’ର ପ୍ରଯୋଜନା କରୁଛନ୍ତି ଭାୟାକମ୍‌ ୧୮ ମୋସନ୍‌ ପିକ୍ଚର୍ସ ଓ ମ୍ୟାଚ ବକ୍ସ ପିକ୍ଚର୍ସ। ଏହି ସିନେମାରେ ଆୟୁଷ୍ମାନ୍‌ ଖୁରାନାଙ୍କ ବ୍ୟତୀତ ତବୁ ଓ ରାଧିକା ଆପ୍‌ତେ, ଅନୀଲ ଧଓ୍ଵନ୍‌ ,ଜାକିର ହୁସେନ୍‌,ଅଶ୍ୱିନୀ କାଲସେକ୍‌ର,ମାନବ ବିଜ୍‌ ଓ ଛାୟା କଦମ୍‌ ପ୍ରମୁଖଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।‘ଅନ୍ଧାଧୁନ୍‌’ ଅକ୍ଟୋବର ୫ ତାରିଖରେ ରିଲିଜ୍‌ ହେଉଛି।

ସମ୍ବନ୍ଧିତ ଖବର