‘ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ’ର ବିଜେତା ହୋଇ ମଧ୍ୟ ବଦଭ୍ୟାସ ପାଇଁ ଅନ୍ଧାରକୁ ଠେଲି ହୋଇ ଯାଇଥିଲା ଜୀବନ, ଏବେ ସଫଳତା ଆଶାରେ ୮ବର୍ଷ ପରେ ପୁଣି ଦେଲେ ଅଡିସନ

ମୁମ୍ବାଇ : ଆରମ୍ଭ ହୋଇ ସାରିଛି ରିୟଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡୋଲ ସିଜିନ୍‌-୧୧’ । ଏହି ସୋ’ରେ ଜଜ୍‌ ଭାବେ ନଜର ଆସିବେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ୍‌,  ନେହା କକ୍କର ଓ ବିଶାଲ ଦଦ୍‌ଲାନୀ । ସୋ’ ଆରମ୍ଭରୁ ହିଁ ଅଡିସନ୍‌କୁ ଆସୁଥିବା ପ୍ରତିଯୋଗୀମାନଙ୍କୁ ନେଇ ସୋ’ଟି ଚର୍ଚ୍ଚାରେ ରହିଛି । ପ୍ରଥମ ଅଧ୍ୟାୟରେ ଅଡିସନ ପାଇଁ ଆସିଥିବା ପ୍ରତିଯୋଗୀ ଅଜମତ ହୁସେନ୍‌ ନିଜର ଦୁଃଖ ଭରା କାହାଣୀ ଶୁଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

अजमत हुसैन
amarujala.com

ତାଙ୍କ କହିବା ଅନୁଯାୟୀ, ୨୦୧୧ରେ ୧୦ବର୍ଷ ବୟସରେ ସେ ‘ସା ରେ ଗା ମା ପା ଲିଟିଲ ଚାମ୍ପ୍ସ’ରେ ଭାଗ ନେଇ ବିଜେତା ହୋଇଥିଲେ । କିନ୍ତୁ ତାଙ୍କର ବଦଭ୍ୟାସ ତାଙ୍କ ଜୀବନକୁ ଅନ୍ଧକାରକୁ ଠେଲି ଦେଇଥିଲା । ସୋ’ ଜିତିବା ପରେ ତାଙ୍କୁ ଅନେକ କାମ ମିଳୁଥିଲେ ମଧ୍ୟ ଘରର ଗୁଜୁରାଣ ମେଣ୍ଟାଇ ପାରୁ ନ ଥିଲେ । ବୟସ ସହ ସ୍ୱର ବଦଳିବାରୁ ଲୋକେ ତାଙ୍କ ଗୀତକୁ ପସନ୍ଦ କରିବା ବନ୍ଦ କରି ଦେଇଥିଲେ । ଯାହା ପରେ ସେ ଅବସାଦଗ୍ରସ୍ତ ହୋଇ ଗୀତ ଗାଇବା ଛାଡ଼ିବା ସହ ଗୀତ ଶୁଣିବା ବନ୍ଦ କରି ଦେଇଥିଲେ । ଖରାପ ଲୋକଙ୍କ ସହ ମିଶି ନିଶା କରିବା ଆରମ୍ଭ କରିଥିଲେ । ୮ବର୍ଷ ମଧ୍ୟରେ ତାଙ୍କ ଜୀବନ ଅନ୍ଧକାର ଭିତରକୁ ଚାଲି ଯାଇଥିଲା । କିନ୍ତୁ ଗତ ସିଜିନ୍‌ରେ ସେ ତାଙ୍କ ସହ ପ୍ରତିଯୋଗୀ ଥିବା ସଲମାନ ଅଲ୍ଲୀଙ୍କୁ ଦେଖି ମୁଁ ପ୍ରେରିତ ହେଲି ଏବଂ ଏବେ ମୁଁ ପୁଣି ଥରେ ମୋର ନୂଆ ପରିଚୟ ସୃଷ୍ଟି କରିବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର