୧୯ ଦିନପରେ ବି ଧମାଲ୍‌ କରୁଛି ‘ବାଗୀ-୨’

ମୁମ୍ବାଇ: ବଲିଉଡର ହଟ୍‌ ହିରୋ ଟାଇଗର୍‌ ଶ୍ରଫଙ୍କ ଅଭିନୀତ ‘ବାଗୀ-୨’କୁ ଏ ବର୍ଷର ଏଯାବତ୍‌ ରିଲିଜ୍‌ ହୋଇଥିବା ସବୁଠାରୁ ବଡ଼ ସିନେମା ବୋଲି କୁହାଯାଉଛି। ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ତଥା ଅହମ୍ମଦ୍‌ ଖାନଙ୍କ ନିର୍ଦ୍ଦେଶିତ ‘ବାଗୀ-୨’ରେ ଟାଇଗର୍‌ ଶ୍ରଫଙ୍କ ବିପକ୍ଷରେ ନଜର ଆସିଛନ୍ତି ଦିଶା ପଟାନି। ଏହା ଏକ ଜବରଦସ୍ତ ଆକସନ୍‌ ସିନେମା। ଏଥିରେ ହଲିଉଡ ଷ୍ଟାଇଲର ଆକସନ୍‌ ସିନ୍‌ ରହିଛି।ଏହି ସିନେମା ରିଲିଜ୍‌ ହେବାର ୧୯ ଦିନପରେ ବି ନିଜର ଦବଦବା ଜାରି ରଖିଛି।

photo- indiatvnews.com

ଏହି ସିନେମା ଇତିମଧ୍ୟରେ ସାରା ବିଶ୍ୱରେ ୨୫୦ କୋଟି ୨୦ ଲକ୍ଷ ଟଙ୍କା ଆୟ କରିଛି। ଏଥିଭତରୁ କେବଳ ଭାରତରେ ୧୫୭ କୋଟି ୮୫ ଲକ୍ଷ ଟଙ୍କା ଆୟ କରିଛି। ଏହା ହେଉଛି ଟାଇଗରଙ୍କ କ୍ୟାରିଅରର ପ୍ରଥମ ସିନେମା ଯାହା ବକ୍ସ ଅଫିସରେ ଶହେ କୋଟ କ୍ଲବରେ ସାମିଲ ହୋଇଛି । ‘ବାଗୀ-୨’ ପ୍ରଥମ ଦିନ ପ୍ରାୟ ୨୦ କୋଟିର କଲେକସନ୍‌ କରିଥିଲା। ଏହି ଅଭୂତପୂର୍ବ ସଫଳତାପରେ ଇତିମଧ୍ୟରେ ସାଜିଦ୍‌ ନାଡିଆଡଓ୍ଵାଲା ଏହାର ପରବର୍ତ୍ତୀ ସିକ୍ୱେଲ୍‌ ‘ବାଗୀ-୩’ ନିର୍ମାଣର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର