ବାହୁବଲୀ ଅଭିନେତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା: ଯୌତୁକ ପାଇଁ ପ୍ରତିଦିନ ପତ୍ନୀଙ୍କୁ ମାଡ଼ ମାରୁଥିଲେ ଅଭିନେତା

ମୁମ୍ବାଇ : ବହୁ ଚର୍ଚ୍ଚିତ ଫିଲ୍ମ ବହୁବଲୀରେ ଏକ ଛୋଟ ଚରିତ୍ରରେ ନଜର ଆସିଥିବା ଅଭିନେତା ମଧୁ ପ୍ରକାଶଙ୍କ ପତ୍ନୀ ଭାରତୀ ଆତ୍ମହତ୍ୟା କରିନେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମଙ୍ଗଳବାର ମଧୁ ପ୍ରକାଶ ଜିମ୍‌ରୁ ଫେରିବା ପରେ ଭାରତୀଙ୍କୁ ପଙ୍ଖାରେ ଝୁଲୁଥିବା ଦେଖିଥିଲେ । ଏବେ ଭାରତୀଙ୍କ ବାପା ମଧୁଙ୍କ ଉପରେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ କରିଛନ୍ତି । ଭାରତୀଙ୍କ ବାପାଙ୍କ ଅଭିଯୋଗକ୍ରମେ ହାଇଦ୍ରାବାଦ୍‌ ପୁଲିସ ଏବେ ମଧୁଙ୍କୁ ଗିରଫ କରି ନେଇଛି ।

aajtak.intoday.in

ଭାରତୀଙ୍କ ବାପାଙ୍କ ଅନୁଯାୟୀ, ମଧୁ ମୋ ଝିଅକୁ ବିବାହ ପରେ ପରେ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ପ୍ରତିଦିନ ମାଡ଼ ମାରୁଥିଲେ । ବାରମ୍ବାର ଏଭଳି ହେଉଥିବାରୁ ଅବସାଦଗ୍ରସ୍ଥ ହୋଇ ମୋ ଝିଅ ଏଭଳି ପଦକ୍ଷେପ ନେଇଛି । ପ୍ରଥମେ ମଧୁଙ୍କର ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ଅନୈତିକ ସଂପର୍କ ଥିବାରୁ ଭାରତୀ ଏପରି କରିଥାଇ ପାରନ୍ତି ବୋଲି ଖବର ମିଳିଥିଲା । କିନ୍ତୁ ଏବେ ଭାରତୀଙ୍କ ବାପାଙ୍କ ଅଭିଯୋଗ ମାମଲାରେ ଏକ ନୂଆ ମୋଡ଼ ଆଣିଛି ।

ସମ୍ବନ୍ଧିତ ଖବର