ପର୍ଣ୍ଣ ଷ୍ଟାର ହେଲେ ଶିବ୍‌ଗାମୀ ! ୩୭ଟି ରିଟେକ୍‌ ପରେ ସଫଳ ଭାବରେ ସୁଟ୍‌ ହୋଇ ପାରିଲେ ଗୋଟିଏ ଦୃଶ୍ୟ

ହାଇଦ୍ରାବାଦ୍‌ : ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଲୀ’ରେ ଶିବ୍‌ଗାମୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ରାମ୍ୟା କ୍ରିଷ୍ଣନ ଏବେ ପୁଣି ଥରେ ଚର୍ଚ୍ଚାରେ । ନିଜର ଆଗାମୀ ଫିଲ୍ମ ‘ସୁପର ଡିଲକ୍ସ’ରେ ସେ ଜଣେ ପର୍ଣ୍ଣ ଷ୍ଟାର ଚରିତ୍ରରେ ନଜର ଆସୁଥିବା ବେଳେ ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ତ୍ୟାଗରାଜନ କୁମାରରାଜ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମର ଟ୍ରେଲର ଯେବେଠୁ ରିଲିଜ୍‌ ହୋଇଛି, ସୋସିଆଲ ମିଡିଆରେ ରାମ୍ୟାଙ୍କୁ ନେଇ ଆଲୋଚନା ଜୋର ଧରିଛି ।

aajtak.intoday.in

ସାକ୍ଷାତକାରରେ ଏହି ଚରିତ୍ର କରିବାରେ ତାଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହା ଜଣାଇଛନ୍ତି ରାମ୍ୟା । “ଗୋଟେ ଦୃଶ୍ୟର ସୁଟିଂ କରିବା ପାଇଁ ମୋତେ ଦୁଇ ଦିନ ଲାଗିଥିଲା । ୩୭ଟି ରିଟେକ୍‌ ହେବା ପରେ ସୁଟିଂ ପୂରା ହୋଇଥିଲା । ମୋଠାରୁ ମୋ ଆସିଷ୍ଟାଣ୍ଟମାନେ ଅଧିକ ଆଶ୍ଚର୍ଯ୍ୟ ଥିଲେ । କିଛି ଚରିତ୍ର କଳାକାର ଟଙ୍କା ପାଇଁ, କିଛି ଚର୍ଚ୍ଚାରେ ରହିବା ପାଇଁ ଏବଂ କିଛି ସେଭଳି ଚରିତ୍ର କରିବାର ଦୃଢ଼ ଇଚ୍ଛା ଥିଲେ କରିଥାନ୍ତି । ମୁଁ ମଧ୍ୟ ଏଭଳି ଚରିତ୍ରର କରିବାର ସ୍ୱପ୍ନ ଦେଖୁଥିଲି । ଯାହା ଏବେ ପୂରା ହୋଇଛି” ବୋଲି କହିଛନ୍ତି ରାମ୍ୟା ।

ସମ୍ବନ୍ଧିତ ଖବର