ବାହୁବଳୀର ରେକର୍ଡ ଭାଙ୍ଗିବ କି ରାଜମୌଲୀଙ୍କ ଆଗାମୀ ଫିଲ୍ମ! ଏଥିରେ ଜଣେ ନୁହେଁ, ନଜର ଆସିବେ ୨ ଜଣ ସୁପର୍‌ଷ୍ଟାର୍‌

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ ଏସ୍‌ ରାଜମୌଲୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ଅଭିନେତା ଏନ୍‌ଟିଆର୍‌ ଏବଂ ରାମ ଚରଣ ନଜର ଆସିବେ। ପୂର୍ବରୁ ନିର୍ଦ୍ଦେଶକ ରାଜମୋଲୀ ଏନ୍‌ଟିଆର୍‌ଙ୍କ ସହ ‘ଷ୍ଟୁଡେଣ୍ଟ୍‌ ନଂ.୧’ ଏବଂ ‘ସିମାଦ୍ରି’ରେ କାମ କରିସାରିଛନ୍ତି। ଏବଂ ରାଜମୌଲୀଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ମଗଧରା’ରେ ଅଭିନୟ କରି ସାରିଛନ୍ତି ଅଭିନେତା ରାମ ଚରଣ।

ପିପିଆର୍‌ ମୁଭିଜ୍‌ ପକ୍ଷରୁ , ନେଇ ଟୁଇଟର୍‌ରେ ସୂଚନା ପ୍ରଦାନ କରାଯାଇଛି। ଏହି ୩ ମାହାରଥୀଙ୍କର ଏକ ଫଟୋ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅନ୍ୟ ଏକ ଫଟୋରେ ଆମେରିକା ଯାଉଥିବା ସମୟରେ ୨ ଅଭିନେତା ବିମାନ ବନ୍ଦରରେ ନଜର ଆସୁଛନ୍ତି। ଚଳଚ୍ଚିତ୍ର ବିଷୟରେ ଏହା ବ୍ୟତୀତ ଅନ୍ୟ କିଛି ସୂଚନା ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ। ଚଳଚ୍ଚିତ୍ରଟିରେ ମୁଖ୍ୟ ନାୟିକା ଭାବେ କିଏ ନଜର ଆସିବେ ତାହା ମଧ୍ୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଉଲ୍ଳେଖଯୋଗ୍ୟ, ଗତବର୍ଷ ରାଜମୌଲୀଙ୍କ ‘ବାହୁବଳୀ-୨’ ଆର୍ଥିକ ଦୃଷ୍ଟିରୁ ଅନ୍ୟ ଭାରତୀୟ ସିନେମାର ରେକର୍ଡ ଭଙ୍ଗ କରିଥିଲା। ତେବେ, ରାଜମୌଲୀଙ୍କର ଏହି ଅଗାମୀ ଚଳଚ୍ଚିତ୍ର ସେପରି କିଛି ହଙ୍ଗାମା ନିଶ୍ଚୟ କରିବ ବୋଲି ଦର୍ଶକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର