‘ବାବଲି ବାଉନ୍ସର୍’: ହରିୟାନଭି ଷ୍ଟାଇଲରେ ନଜର ଆସିବେ ତମନ୍ନା; ଦେଖନ୍ତୁ ମୋସନ ପୋଷ୍ଟର

ନୂଆଦିଲ୍ଲୀ: ଦକ୍ଷିଣୀ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବଲିଉଡ ଫିଲ୍ମ ‘ବାବଲି ବାଉନ୍ସର୍’ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ମଧୁର ଭଣ୍ଡାରକର। ମଧୁର ଅନେକ ଅଭିନେତ୍ରୀଙ୍କ କ୍ୟାରିୟର ତିଆରି କରିଛନ୍ତି | ତଥାପି ଆଜିକାଲି ମଧୁରଙ୍କ ସେପରି କିଛି ଚମକ ଦେଖିବାକୁ ମିଳୁନାହିଁ | ବର୍ତମାନ ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ | କାରଣ, ଥିଏଟର ପରିବର୍ତ୍ତେ ଏହି ଚଳଚ୍ଚିତ୍ରଟି ଓଟିଟି ପାଟଫର୍ମ ହଟ ଷ୍ଟାରରେ ରିଲିଜ ହେବାକୁ ଯାଉଛି | ଏହି ଫିଲ୍ମରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କିଛି ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ | ଆଜି ଏହାର ମୋସନ ପୋଷ୍ଟର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ତମନ୍ନା ହରିୟାନଭି ଷ୍ଟାଇଲରେ ନଜର ଆସିବେ |

ଏହି ଚଳଚ୍ଚିତ୍ରଟି ଜଣେ ଯୁବତୀ ବାଉନ୍ସରଙ୍କ କାହାଣୀ ଉପରେ ଆଧାରିତ | ଏହି କମେଡି-ଡ୍ରାମା ଚଳଚ୍ଚିତ୍ର ଜବରଦସ୍ତ ବିଷୟବସ୍ତୁ ଥିବାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି | ଏହି ଚଳଚ୍ଚିତ୍ରରେ ଅଭିଷେକ ବଜାଜ ମଧ୍ୟ ଅଛନ୍ତି। ଷ୍ଟାର୍ ଷ୍ଟୁଡିଓ ଦ୍ୱାରା ‘ବାବଲି ବାଉନ୍ସର୍’ ନିର୍ମିତ | ନିର୍ମାତାମାନେ ୨୩ ସେପ୍ଟେମ୍ବର ୨୦୨୨ରେ ଓଟିଟି ପ୍ଲାଟଫର୍ମ ଡିସନି ପ୍ଲସ୍ ହଟଷ୍ଟାରରେ ଫିଲ୍ମଟିକୁ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି | ଏହା ହେଉଛି ଦିଲ୍ଲୀ ନିକଟରେ ଥିବା ଏକ ସହରର କାହାଣୀ, ଯେଉଁଠାରେ ପ୍ରତ୍ୟେକ ଘରେ ବାଉନ୍ସର୍ ଥାଏ | ତମନ୍ନା ଭାଟିଆ ଏହି ଚଳଚ୍ଚିତ୍ରକୁ ନେଇ କହନ୍ତି ଯେ, ‘ଏହା ଏକ ଏପରି ଚରିତ୍ର ଯାହା ମୁଁ ପୂର୍ବରୁ ଏପରି ଚରିତ୍ରରେ କେବେ ଅଭିନୟ କରିନାହିଁ | ମୁଁ ଏହି ଭୂମିକାକୁ ନେଇ ବହୁତ ଉତ୍ସାହିତ ଅଛି |

ତମନ୍ନା ଭାଟିଆ ୨୦୦୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଚାନ୍ଦ ସା ରୋଶନ୍ ଚେହେରା’ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ଯଦିଓ ସେ ଦକ୍ଷିଣର ତାରକା ତଥାପି ଚଳଚ୍ଚିତ୍ରଟି ସେତେଟା ବ୍ୟବସାୟ କରିପାରିନଥିଲା | ନିର୍ଦ୍ଦେଶକ ସାଜିଦ ଖାନ ତାଙ୍କୁ ୨୦୧୩ ମସିହାରେ ‘ହିମତୱାଲା’ରେ ଅଜୟ ଦେବଗନଙ୍କ ସହ ହିରୋଇନ୍ ଭାବରେ ନେଇଥିଲେ। ୨୦୧୪ରେ ତାଙ୍କର ଆଉ ଏକ ହିନ୍ଦୀ ଚଳଚ୍ଚିତ୍ର ‘ହମସକଲ୍’ ଫ୍ଲପ୍ ହୋଇଥିଲା |

ସମ୍ବନ୍ଧିତ ଖବର