ରାଜନୀତିରେ ପ୍ରବେଶକୁ ନେଇ ପ୍ରଭାସ ଦେଲେ ଏଭଳି ବୟାନ

ମୁମ୍ବାଇ: ସିନେମା ‘ବାହୁବଳୀ’ ଜରିଆରେ ସମଗ୍ର ଦୁନିଆରେ ଚର୍ଚ୍ଚାରେ ଥିବା ପ୍ରଭାସ ତାଙ୍କର ଆଗାମୀ ସିନେମା ‘ସାହୋ’ର ପ୍ରଚାର ପାଇଁ ଜୋରସୋର୍‌ରେ ଲାଗି ପଡ଼ିଛନ୍ତି। ଏହି ସିନେମାରେ ସେ ଶ୍ରଦ୍ଧା କପୁରଙ୍କ ସହିତ ନଜର ଆସିବେ। ସାଉଥ ପରେ ପ୍ରଭାସ ବଲିଉଡରେ ବି ଖୁବ ଚମତ୍କାର ଅଭିନୟ କରିଥିଲେ। ତେବେ ତାଙ୍କୁ ନେଇ ଏବେ ଶୁଣିବାକୁ ମିଳୁଛି କି ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି।

ତେବେ ରାଜନୀତିରେ ପ୍ରବେଶକୁ ନେଇ ପ୍ରଭାସ କହନ୍ତି, ମୋର ଅଙ୍କଲ ରାଜନୀତି କ୍ଷେତ୍ରରେ ଅଛନ୍ତି। ମୁଁ ଯେତେବେଳେ ୧୭ବର୍ଷର ହୋଇଥିଲି ସେ ଗ୍ରାମର ମେମ୍ବର ଅଫ ପାର୍ଲିଆମେଣ୍ଟ ଥିଲେ। ସେତେବେଳେ ଆମେ ବି ଯାଇ ସେଠାରେ ଯୋଗଦାନ କରୁଥିଲୁ। ମୁଁ ଏଯାବତ କୌଣସି ସିନୋମ ଇଣ୍ଡଷ୍ଟ୍ରିର ଡିପାର୍ଟମେଣ୍ଟ ସହିତ ସ୍ୱାଭାବିକ ଅନୁଭବ କରେ ନାହିଁ। ଏମିତିରେ ରାଜନୀତି ସହିତ ଯୋଡ଼ି ହେବା ଅସମ୍ଭବ।

‘ସାହୋ’ରେ ଦର୍ଶକ ଚମତ୍କାର ଆକସନ୍‌ ସିନ୍‌ ଦେଖି ପାରିବେ। ଏହି ସିନେମାର ନିର୍ଦ୍ଦେଶନା ସୁଜିତ ଦେଇଥିବା ବେଳେ ଏହାକୁ ହିନ୍ଦୀ, ତେଲୁଗୁ ଓ ତାମିଲରେ ରିଲିଜ କରିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର