ଓଲିଉଡ୍ର ଏକ ଜଣାଶୁଣା ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡ଼କସନ୍ସ ଗତ ୨୦୧୫ରୁ ପ୍ରତିବର୍ଷ ରଜ ଉପଲକ୍ଷେ ସିନେମା ନିର୍ମାଣ କରି ଆସୁଛି। ଏହାର ପ୍ରଥମ ରଜ ସିନେମା ହେଲା ରିଲିଜ୍ ହୋଇଥିବା ‘ଗପ ହେଲେ ବି ସତ’।ଏଥିରେ ଅନୁଭବ ଓ ବର୍ଷାପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିଥିଲା ଲିଡ଼୍ରୋଲ୍ରେ। କେ.ମୁରଲୀ କ୍ରିଷ୍ଣା ଥିଲେ ଏହା ନିର୍ଦ୍ଦେଶକ।
୨୦୧୬ ରଜ ବଜାରରେ ଏହି ବ୍ୟାନରର ସିନେମା ‘ଲଭ୍ଷ୍ଟେସନ୍’ଆସିଥିଲା ପରଦାକୁ।ଏଥିରେ କିନ୍ତୁ ଅନୁଭବ ନଥିଲେ, ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁସାନ୍ ଓ ନିର୍ଦ୍ଦେଶନାରେ ଥିଲେ ଅଶୋକ ପତି। ଏଲିନା ସାମନ୍ତରାୟ ‘ଲଭ୍ଷ୍ଟେସନ୍’ରେ ନାୟିକା ଭୂମିକା ନିଭାଇଥିଲେ।
୨୧୦୭ ରଜ ବଜାରରେ ତରଙ୍ଗ ସିନେ ପ୍ରଡ଼କସନ୍ସର ଗୋଟିଏ ନୁହେଁ ବରଂ ଦୁଇଟି ସିନେମା ମୁକ୍ତିଲାଭ କରିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ଅନୁଭବଙ୍କ ଅଭିନୀତ ‘ଅଭୟ’ଓ ଅନ୍ୟଟି ଥିଲା ବାବୁସାନ୍ଙ୍କ ଅଭିନୀତ ‘ସିଷ୍ଟର ଶ୍ରୀଦେବୀ’।
୨୧୦୮ ରଜ ବଜାରକୁ ବି ତରଙ୍ଗର ଦୁଇଟି ସିନେମା ଆସିବ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।ଏହି ଦୁଇ ଫିଲ୍ମ ମଧ୍ୟରୁ ଗୋଟିକରେ ଅନୁଭବ ନାୟକ ଭୂମିକାରେ ଆସିବେ ଓ ଆରଟିରେ ନାୟକ ବନିବେ ଷ୍ଟାରସନ୍ ବାବୁସନ୍। ପ୍ରାପ୍ତ ସୂଚନା ଅନୁଯାୟୀ,ବାବୁସାନ୍ଙ୍କ ଫିଲ୍ମର ନିର୍ଦ୍ଦେଶନା ଦେବେ ଅଶୋକ ପତି ଓ ଅନୁଭବଙ୍କୁ ନେଇ ତିଆରି ହେଉଥିବା ଫିଲ୍ମର ନିର୍ଦ୍ଦେଶକ ହେବେ ତାପସ ସରଘରିଆ। ଏ ଦୁଇ ସିନେମାରେ କିଏ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ,ତାହା ବି ଖୁବ୍ ଜଣାଯିବ। ତେବେ ଗତବର୍ଷ ଭଳି ଏଥର ବି ରଜରେ ପୁଣିଥରେ ଏକା ପ୍ରଯୋଜନା ସଂସ୍ଥାର ସିନେମା ଜରିଆରେ ପରସ୍ପରକୁ ଟକ୍କର ଦେବେ ଅନୁଭବ ଓ ବାବୁସାନ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/babu-anubhav.jpg)