ମୁମ୍ବାଇ : କୋଭିଡ୍‌ କଟକଣା ଭିତରେ ଗତକାଲି ୬୬ତମ ‘ଫିଲ୍ମଫେୟାର୍‌ ଆୱାର୍ଡ’ ସମାରୋହ ମୁମ୍ବାଇ ଫିଲ୍ମସିଟିରେ ଅନୁଷ୍ଠିତ ହୋଇଥିଲା। ‘ଅଂଗ୍ରେଜି ମିଡିୟମ’ ଚଳଚ୍ଚିତ୍ର ପାଇଁ ଇର୍‌ଫାନ ଖାନ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ‘ଥାପ୍ପଡ଼’ ଚଳଚ୍ଚିତ୍ର ପାଇଁ ତାପସୀ ପନ୍ନୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ଏହି ଆୱାର୍ଡ ସୋ’ରେ ଇର୍‌ଫାନ ଖାନଙ୍କ ପାଇଁ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ ପୁଅ ବାବିଲ। ସବୁଠାରୁ ବଡ଼ କଥା ହେଲା ବାବିଲ ବାପା ଇରଫାନଙ୍କ ପୋଷାକ ପିନ୍ଧି ଆୱାର୍ଡ ସୋ’ରେ ପହଞ୍ଚିଥିଲେ।

View this post on Instagram

A post shared by Babil (@babil.i.k)

Advertisment

ଆଜି ବାବିଲ କାଲିର ଏକ ଭିଡିଓ ସେୟାର କରିଛନ୍ତି। ସେ ଆୱାର୍ଡ ସୋ’ରେ ତାଙ୍କ ବାପାଙ୍କ ପୋଷାକ ପିନ୍ଧିଥିବା କହିଛନ୍ତି। ସେ ପୁରସ୍କାର ଗ୍ରହଣ କରିବା ସମୟରେ ଦେଇଥିବା ଅଭିଭାଷଣର କିଛି ଦୃଶ୍ୟ ମଧ୍ୟ ଇନଷ୍ଟାରେ ସେୟାର କରିଥିବା ଦେଖାଯାଇଛି। ଏହା ସହ ସେ ସେୟାର କରିଥିବା ଭିଡିଓରେ ବାବିଲଙ୍କ ମା’ ସୁତାପା ସିକଦାର ତାଙ୍କୁ ପୁରସ୍କାର ଗ୍ରହଣ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ମଞ୍ଚରେ ଜୟଦୀପ ଅହଲୱତ, ଅଭିନେତା ରାଜକୁମାର ରାଓ ଏବଂ ଆୟୁଷ୍ମାନ ଖୁରାନାଙ୍କ ଠାରୁ ଇରଫାନ ଖାନଙ୍କ ପୁରସ୍କାର ଗ୍ରହଣ କରି‌ଥିଲେ ବାବିଲ।