ଏଥର କ’ଣ ସଫଳ ହେବେ ବାବୁସାନ୍‌-ଅର୍ଚ୍ଚିତା ?

ଭୁବନେଶ୍ୱର: ଓଲିଉଡର ଜଣେ ଟପ ଷ୍ଟାର୍‌ ହେଲେ ବାବୁସାନ୍‌ ଓ ଲୋକପ୍ରିୟ ନାୟକା ହେଲେ ଅର୍ଚ୍ଚିତା । ବାବୁସାନ୍‌ ଓ ଅର୍ଚ୍ଚିତା ପୁଣି ପ୍ରାୟ ଛଅ ବର୍ଷ ପରେ ପୁଣି ଯୋଡ଼ିି ହୋଇଛନ୍ତି। ହଁ ବାବୁସାନ୍‌-ଅର୍ଚ୍ଚିତା ଯୋଡ଼ି ଏବେ ଏକ ନୂଆ ସିନେମା ‘ଅଜବ ସଂଜୁର ଗଜବ ଲଭ୍‌’ର ସୁଟିଂ କରୁଛନ୍ତି।ବାବୁସାନ୍‌-ଅର୍ଚ୍ଚିତାଙ୍କ ଯୋଡିକୁ ୨୦୧୯ ନୂଆ ବର୍ଷରେ ରିଲିଜ୍‌ ହେବାକୁ ଥିବା ଏହି ନୂତନ ଓଡ଼ିଆ ଛବିରେ ଦେଖିବାକୁ ପାଇବେ ଦର୍ଶକ।
ସାଇ ଶ୍ରଦ୍ଧା ଟେଲି ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ହେଉଛି ଏହି ଓଡ଼ିଆ ସିନେମା। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।ଏଥିରେ ବାବୁସାନ୍‌ -ଅର୍ଚ୍ଚିତା ଯୋଡିଙ୍କ ବ୍ୟତୀତ ମିହିର ଦାସ,ଅପରାଜିତା ମହାନ୍ତି,ଅସିତ ପତି,ଜୀବନ ପଣ୍ଡା,କୁନାଲା ନୀର ,ବବି ମିଶ୍ର ଓ ନୂଆ ଖଳନାୟକ ଅଭିଜିତ୍‌ ପ୍ରମୁଖ ମଧ୍ୟ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।ଏହା ଏକ ରୋମାଣ୍ଟିକ୍‌-କମେଡି ସିନେମା ।

ବାବୁସାନ୍‌-ଅର୍ଚ୍ଚିତା ଯୋଡ଼ିକୁ ଆଗରୁ ଖାସ୍‌ ସଫଳତା ମିଳି ନଥିଲା । ଦେଖାଯାଉ ଏଥର ସଫଳ ହେଉଛନ୍ତି କି ନା।

ସମ୍ବନ୍ଧିତ ଖବର