କେଉଁ ନିର୍ଦ୍ଦେଶକଙ୍କ ସହ ଆଦୌ କାମ କରିନାହାନ୍ତି ବାବୁସାନ୍‌

ଓଲିଉଡର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସୁପୁତ୍ର ତଥା ଷ୍ଟାର୍‌ ସନ୍‌ ବାବୁସାନ୍‌ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ର ଫିଲ୍ମ ‘ ରୋମିଓ ଦ ଲଭରବୟ’ରୁ । ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହାପରେ ସେ ଅନେକ ପ୍ରଯୋଜନା ସଂସ୍ଥାର ସିନେମାରେ ଅଭିନୟ କରିଛନ୍ତି ଏବଂ ବେଶ କେତେଜଣ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।

ବାବୁସାନ ଇତିମଧ୍ୟରେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ,ହର ପଟ୍ଟନାୟକ, ହିମାଂଶୁ ପରିଜା, ସୁଧାଂଶୁ ମୋହନ ସାହୁ,ଅଶୋକ ପତି, ସୁଶାନ୍ତ ମଣି,ମୃତ୍ୟୁଞ୍ଜୟ ସାହୁ, ବିନି ବଟ୍ଟନାୟକ,ତାପସ ସରଘରିଆ, ଏସ କେ ମୁରଲୀଧରନ୍‌,ସୁଧାକର ବସନ୍ତ ଏବଂ ରାଜୁ ସରଭେୟା ପ୍ରମୁଖଙ୍କ ସିନେମାରେ ଅଭିନୟ କରିଛନ୍ତି ।

ହେଲେ ଜାଣନ୍ତି ଏଯାବତ୍‌ କେଉଁ ନିର୍ଦ୍ଦେଶକଙ୍କ ସହ ଆଦୌ କାମ କରି ନାହାନ୍ତି ବାବୁସାନ୍‌ । ହଁ ସେମାନଙ୍କ ମଧ୍ୟରେ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ର, ରାଜୁ ମିଶ୍ର, ବସନ୍ତ ସାହୁ, ଚକ୍ରଧର ସାହୁ,ସଞ୍ଜୟ ନାୟକ,ରମେଶ ରାଉତ, କେ ଏମ କ୍ରୀଷ୍ଣା ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଦେଖାଯାଉ କେବେ ଏହି ନିର୍ଦ୍ଦେଶକମାନଙ୍କ ସହ ବାବୁସାନଙ୍କୁ ସୁଯୋଗ ମିଳୁଛି !

ସମ୍ବନ୍ଧିତ ଖବର