ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ପେଜ୍ ଖୋଲିଲେ ବାବୁସାନ୍: ନକଲି ଛାଡ଼ି ଅସଲି ସହ ଯୋଡ଼ି ହେବାକୁ ଅନୁରୋଧ କଲେ Latestମନୋରଞ୍ଜନ By Sambad Digital Last updated Oct 30, 2018 ସେୟାର ଭୁବନେଶ୍ୱର: ଆପଣ ଜାଣିଛନ୍ତି ଓଡ଼ିଶାର ଜଣାଶୁଣା ସିନେତାରକା ବାବୁସାନ୍ ମହାନ୍ତି ଫେସ୍ବୁକ୍ ଦ୍ୱାରା ବ୍ଲକ୍ ହୋଇଥିଲେ? ଏକଥା ଜାଣିବା ପରେ ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସିପାରେ, ବାବୁସାନଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟିଙ୍କୁ ପୁଣି ଆକାଉଣ୍ଟ ଖୋଲିବାରୁ କାହିଁକି ବ୍ଲକ୍ କରିଥିଲା ଫେସ୍ବୁକ୍ ! କାରଣ ତାଙ୍କ ନାମରେ ପାଖାପାଖି ୫୦ଟି ଫେକ୍ ପେଜ ଖୋଲି ତାଙ୍କର ଫ୍ୟାନମାନେ ମନଇଚ୍ଛା ପୋଷ୍ଟିଂ କରୁଥିଲେ। ଏକଥା ଜାଣିବା ପରେ ବାବୁସାନ୍ ଅଧିକାରିକ ଭାବେ ଗତ ୨୭ ତାରିଖରେ ଫେସ୍ବୁକ୍ରେ ନିଜର ଅସଲି ପେଜ୍ ଖୋଲିଛନ୍ତି। ସିଗ୍ନେଚର ୨୪ ପ୍ରଡକସନ୍ସ ଓ ଫେସ୍ବୁକ୍ ଇଣ୍ଡିଆ ଟିମ୍ର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ଏଥିସହ ସେ ନିଜର ଇନ୍ଷ୍ଟାଗ୍ରାମ୍ ପେଜ୍ ମଧ୍ୟ ଖୋଲିଥିବା ଜଣାପଡ଼ିଛି। Sambad is now on WhatsApp Join and get latest news updates delivered to you via WhatsApp Join Now View this post on Instagram Hey friends! This is my only Instagram Account that I personally handle and have joined Facebook as well today… . Please avoid following the fake pages that exist by my name and spread this word so that none of you get misleaded!!! . My team from @signature24productions along with @facebook and @instagram team shall be working in the mean time to get down all the fake pages. Keep Blessing and share this page and to follow my Facebook page check the link in the bio…? A post shared by Babushaan Mohanty (@mohanty_babushaan) on Oct 27, 2018 at 2:11am PDT ଆସନ୍ତା ନଭେମ୍ବର ୨ ତାରିଖ ଦିନ ନିଜର ଅସଲି ଫେସ୍ବୁକ ପେଜ୍ ଜରିଆରେ ବାବୁସାନ୍ ଫ୍ୟାନଫଲୋଅର୍ସଙ୍କ ସହ ଲାଇଭ୍ ଚାଟ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ପ୍ରକୃତ ଫେସ୍ବୁକ୍ ପେଜ୍ ଓ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କରିବେ। ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ନିଜର ଫ୍ୟାନ୍-ଫଲୋଅର୍ସଙ୍କୁ ଅବଗତ କରାଇବା ଲାଗି ଏକ ଭିଡିଓ ପ୍ରସ୍ତୁତ କରି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମରେ ଅପ୍ଲୋଡ କରିଛନ୍ତି। ଏଠାରେ ଅାପଣଙ୍କ ଜାଣିବା ଲାଗି ତାଙ୍କ ଫେସ୍ବୁକ ଓ ଇନଷ୍ଟାଗ୍ରାମ୍ ପେଜର ଲିଙ୍କ ଦିଅାଯାଇଛି। କ୍ଲିକ କରନ୍ତୁ ବାବୁସାନଙ୍କ ସହ ଯୋଡ଼ି ହୁଅନ୍ତୁ। ଫେସ୍ବୁକ – https://www.facebook.com/mohantybabushaan/ ଇନଷ୍ଟାଗ୍ରାମ୍ – https://instagram.com/mohanty_babushaan