ଏହି ଓଲିଉଡ ନାୟିକାଙ୍କ ସ୍ୱପ୍ନ ପୂରଣ ହେଲା

ଭୁବନେଶ୍ୱର: ଓଲିଉଡ଼୍‍ର ଏମିତି ଜଣେ ନାୟିକା ହେଲେ ସନ୍‌ମୀରା,ଯାହାଙ୍କର ଏକ ଅଭିଳାଷ ପୂରଣ ହୋଇଛି। ହଁ ତାଙ୍କର ଇଛା ଥିଲା, ସେ ବାବୁସାନ୍‌ଙ୍କ ବିପକ୍ଷରେ କାମ କରିବେ,ଯାହା ଏବେ ପୂରଣ ହୋଇଛି। ସନ୍‌ମୀରା ଓଡ଼ୀଆ ଚଳଚ୍ଚିତ୍ର ଜଗତର ଜଣେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ଖାସ୍‌ କରି ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ‘ଆଲୋ ମୋର କଣ୍ଢଇ’ରେ ସନ୍‌ମୀରାଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଶିଶୁ କଳାକାରରୁ ନାୟିକା ବନିଥିଲେ ସନ୍‌ମୀରା। ସେ ଇତିମଧ୍ୟରେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭାବେ ପରଦାକୁ ଆସିଛନ୍ତି। ସନ୍‌ମୀରାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସପନର ପଥେ ପଥେ’। ଏଥିରେ ତାଙ୍କର ନାୟକ ବନିଥିଲେ ଅମ୍ଳାନ। ଏହାପରେ ସନ୍‌ମୀରା ସ୍ୱରାଜଙ୍କ ବିପକ୍ଷରେ ‘ଲୈଲା ଓ ଲୈଲା’ରେ ନଜର ଆସିଥିଲେ।


ଏବେ ସନ୍‌ମୀରାଙ୍କୁ ମିଳିଛି ତୃତୀୟ ଓଡ଼ିଆ ସିନେମା। ଏହି ସିନେମାର ଶୀର୍ଷକ ହେଲା ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’ ।ଏହି ସିନେମାରେ ତାଙ୍କୁ ମିଳିଛି ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ସାଥ୍‌। ହଁ ପ୍ରଦ୍ୟୁମ୍ନ ଲେଙ୍କା ଓ ଡ଼ି.ପି.ଖଣ୍ଡେଲଓ୍ଵାଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାରେ ବାବୁସାନ୍‌ଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି ସନ୍‌ମୀରା।
ସୁଧାଂଶୁ ମୋହନ ସାହୁ ଏହି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ମିହିର ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହି ସିନେମାରେ ବାବୁସାନ୍‌ଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ରାଧେ ଓ ସନ୍‌ମୀରାଙ୍କ ଭୂମିକା ହେଲା ଭୂମି। ଏକ ନିଆରା ପ୍ରେମ କାହାଣୀକୁ ନେଇ ତିଆରି ହେଉଛି ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’। ଦେଖିବା କଥା ,ବାବୁସାନ୍‌-ସନମୀରାଙ୍କ ଯୋଡି କେତେ ସଫଳ ହେଉଛି।

ସମ୍ବନ୍ଧିତ ଖବର