ବାବୁସାନଙ୍କ ସାଥ୍‌ ପାଇଲେ ତମନ୍ନା

ଭୁବନେଶ୍ୱର: ଓଲିଉଡ଼୍‍ର ଜଣାଶୁଣା ନାୟିକା ତମନ୍ନାଙ୍କୁ ପ୍ରଥମ ଥର ଲାଗି ଟପ୍‌ ହିରୋ ବାବୁସାନଙ୍କ ସହ କାମ କରୁଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ତରଙ୍ଗ ସିନେ ପ୍ରଡକସନ୍ସ ଏହାର ନିର୍ମାତା। ତମନ୍ନା ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ପିଲ୍ମ ‘ଜୋକର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିରେ ପପୁ ପମ୍‌ପମ୍‌ଙ୍କ ଅପୋଜିଟ୍‌ରେ ଆସିଥା’ନ୍ତେ ତମନ୍ନା। କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି।

ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା। ଅର୍ଦ୍ଧେନ୍ଦୁଙ୍କ ସହ ବି ତାଙ୍କୁ ‘ ବ୍ଲାକମେଲ୍‌’ରେ ଦେଖିବାକୁ ମିଳିଛି ଏ ବର୍ଷ।
ତମନ୍ନା ଆଉ ଜଣେ ଜଣାଶୁଣା ନାୟକ ଚନ୍ଦନଙ୍କ ସହିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ସିନେମାରେ ଆସୁଛନ୍ତି।

ସମ୍ବନ୍ଧିତ ଖବର