ବାବୁସାନଙ୍କ ସହ ଏହି କମେଡିଆନଙ୍କ ଯୋଡି ଜମୁଛି , ଜାଣନ୍ତୁ କାହିଁକି

ଭୁବନେଶ୍ୱର: ସେ ଜଣେ ଜଣାଶୁଣା କମେଡିଆନ୍‌ । ନାଆଁ ତାଙ୍କର ତ୍ରିଭୁବନ ପଣ୍ଡା। ସେ ଅଭିନୟ କରିବାଆଗରୁ ଆରେ ସାଥି ଆ,ମୁନ୍ନା ଏ ଲଭ୍‌ ଷ୍ଟୋରି,ନନ୍ଦିନୀ ଆଇ ଲଭ୍‌ ୟୁ, ଡ୍ରିମ୍‌ଗର୍ଲ,ସଂଜୁ ଆଉ ସଂଜନା,ପ୍ରେମ୍‌ରୋଗୀ,ଦିଓ୍ଵାନା,ଲୋଫର୍‌,ଓ୍ଵାନ୍‌ ଫୋର୍‌ ଥ୍ରି-ଆଇ ଲଭ୍‌ ୟୁ, ଚକୋଲେଟ୍‌,କିଏ ଦେବ ଟକ୍କର,ଓମ୍‌, ଏବଂ ନୂଆ ନୂଆ ପ୍ରେମରେ ଆଦି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥଲେ। ପରଦାରେ କେବଳ କମେଡି କରିବାକୁ କାହିଁକି ଭଲ ପାଆନ୍ତି ବୋଲି ପ୍ରଶ୍ନ କଲେ ତ୍ରିଭୁବନ କହନ୍ତି ‘ହଁ, ଯେହେତୁ ମୋର ଫିଗର୍‌ଟି କମେଡି କରିବାକୁ ସଂପୂର୍ଣ୍ଣ ଭାବରେ ଫିଟ୍‌ ତେଣୁ ମୁଁ କମେଡି କରିବାକୁ ଭଲପାଏ।ତେବେ କେବଳ ଯେ କମେଡି ତାହା ନୁହେଁ ,ମୋ ବଡି ଲାଙ୍ଗୁଏଜ୍‌ କୁ ଯେଉଁ ଚରିତ୍ରଟି ଫିଟ୍‌ କରିବ ,ମୁଁ ସେ ଚରିତ୍ରକୁ ବି ସଠିକ୍‌ ନ୍ୟାୟ ଦେଇପାରିବି।’
ସେ ‘ଚକୋଲେଟ୍‌ ’ଫିଲ୍ମରେ ଗଣ୍ଠି ଚରିତ୍ରରେ ଅଭିନୟ କ୍ୟାରିଅର୍‌ ଆରମ୍ଭ କରି ମୁଁ ଏପର୍ଯ୍ୟନ୍ତ ୧୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲିଣି,ଯେଉଁଥିରେ କି ରହିଛି -ଡାହାବାଳୁଙ୍ଗା,ଲଭ୍‌ ପାଇଁ କୁଛ୍‌ ଭି କରେଗା,ସିଷ୍ଟର ଶ୍ରୀଦେବୀ,ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌। ଏହାଛଡ଼ା ଏବେ ସେ ଅରିନ୍ଦମଙ୍କ ଅଭିନୀତ ନାମକରଣ ହୋଇ ନଥିବା ସିନେମାରେ ବି କାମ କରୁଛନ୍ତି।


ବାବୁସାନ୍‌ଙ୍କ ସହିତ ତାଙ୍କର ଯୋଡ଼ି ବନିଯାଏ, । ଏସଂପର୍କରେ ତ୍ରିଭୁବନ ପଣ୍ଡା। କହନ୍ତି ,‘ଅତୀତରେ ମୁଁ ଓଲିଉଡ୍‌ର ଚକୋଲେଟ୍‌ ବୟ୍‌ ବାବୁସାନ୍‌ଙ୍କ ସହିତ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲି। ଯେହେତୁ ମୁଁ ତାଙ୍କ ସହ ଫ୍ରେଣ୍ଡ୍‌ଲି ହୋଇଥିଲି,ତେଣୁ ତାଙ୍କ ସହିତ ମୋର ଯୋଡ଼ି ବନିଯାଏ ଆଉ ଦର୍ଶକ ବି ଆମ କେମେଷ୍ଟ୍ରିକୁ ପସନ୍ଦ କରନ୍ତି।’

ସମ୍ବନ୍ଧିତ ଖବର