ବାବୁସାନ୍‌ ଯାହା କହନ୍ତି ତାହା କରନ୍ତି , ଏହା ପ୍ରମାଣିତ କରିଥିଲେ ବାବୁସାନ୍‌ , ଜାଣନ୍ତୁ କେମିତି

 

ଭୁବନେଶ୍ୱର : ଓଡିଆ ସିନେ ଜଗତର ଆଗଧାଡ଼ିର ନାୟକ ବାବୁସାନ୍‌ଙ୍କ ହାତରେ ଏବେ ତ ସିନେମା ପରେ ସିନେମା । ତାଙ୍କ ପଛରେ ପ୍ରଯୋଜକଙ୍କ ଲାଇନ୍‌ ବି ଲାଗିଛି। ବାବୁସାନ୍‌ ନିଜର କ୍ୟାରିଅର୍‌ରେ ବେଶ୍‌ ଆଗରେ ରହିଛନ୍ତି। ହେଲେ ବ୍ୟକ୍ତିଗତ ଜୀବନରେ ବି ସେ କିଛି ନା କିଛି କଥା ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି।

ବାବୁସାନ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ,ସେ କୌଣସି ନାୟିକାଙ୍କୁ ବାହା ହେବେ ନାହିଁ। ବାହା ନ ହେବେ ପଛେ ,କିନ୍ତୁ କୌଣସି ଫିଲ୍ମ ହିରୋଇନ୍‌ଙ୍କୁ ବିବାହ କରିବେ ନାହିଁ। ଆଉ ଏ କଥାକୁ ବି ଶତ ପ୍ରତିଶତ ସତ ବୋଲି ପ୍ରମାଣିତ କରି ଦେଖାଇଥିଲେ ବାବୁସାନ୍‌।

ବାବୁସାନ୍‌ ତାଙ୍କର ପ୍ରେମିକା ତୃପ୍ତି ଶତପଥୀଙ୍କୁ ହିଁ ବିବାହ କରିଥିଲେ।ତୃପ୍ତି କୌଣସି ଚଳଚ୍ଚିତ୍ରର ନାୟିକା ନୁହଁନ୍ତି। ତେବେ ତୃପ୍ତିଙ୍କୁ ବାବୁସାନ୍‌ ଏକ ନୂତନ ପରିଚୟ ଦେଇଥିଲେ ଗତ ବର୍ଷ। ବାବୁସାନ୍‌ ଓ ତୃପ୍ତି ୨୦୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ତୃପ୍ତି ଗତ ବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ର କାହାଣୀକାରର ମାନ୍ୟତା ପାଇଥିଲେ। ସେତେବେଳ ବାବୁସାନ୍‌ କହିଥିଲେ ଯେ ଏଇଟା ପତ୍ନୀ ତୃପ୍ତିଙ୍କର ନିଜସ୍ୱ କାହାଣୀ। ସେହି କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ସେ କେତେକ ପ୍ରଯୋଜକଙ୍କୁ ଅନୁରୋଧ କରିଥିଲେ,ହେଲେ ଏ ସିନେମା ଚାଲିବନି ବା ଏଥିରେ ରିସ୍କ ଅଛି ବୋଲି କହି ସମସ୍ତେ ମନା କରିଥିଲେ।

ପତ୍ନୀଙ୍କ ସମ୍ମାନ ଦେବା ଲାଗି ବାବୁସାନ୍‌ ନିଜେ ‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ର ପ୍ରଯୋଜନା କରିବାକୁ ବାହାରିଥିଲେ।ଏହା ଅବଶ୍ୟ ଭିନ୍ନ କଥା ଯେ, ଶେଷରେ ଏହାକୁ ପ୍ରକାଶ ଫିଲ୍ମସ ସହିତ ମିଶି କରି ନିର୍ମାଣ କରିଥିଲେ।

ସମ୍ବନ୍ଧିତ ଖବର