ଭୁବନେଶ୍ୱର:ଓଲିଉଡର ସବୁଠୁଁ ସଫଳ ନାୟକ ଭାବେ ଏବେ ଯାହାଙ୍କୁ କୁହାଯାଉଛି, ସେ ହେଲେ ଷ୍ଟାର୍ସନ୍ ବାବୁସାନ୍ । ସେ ଗତ ଚାରି ବର୍ଷ ହେବ ସବୁଠୁଁ ବେଶୀ ସଫଳ ସିନେମା ଦେଇଛନ୍ତି । ଏହାଫଳରେ ବାବୁସାନ୍ ଅନ୍ୟ ଟପ୍ ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବାବୁସାନ୍ଙ୍କର ଏକ ଜାନୁଆରି କନେ୍କସନ ଅଛି ଯାହା କିଛି ବର୍ଷ ହେବ ଚର୍ଚ୍ଚା ରେ ରହିଛି । ଚଳିତ ବର୍ଷ ଜାନୁଆରି ମାସରେ ତାଙ୍କ ଅଭିନୀତ ନୂଆ ସିନେମା ‘ ଓନ୍ଲି ପ୍ୟାର୍’ ରିଲିଜ୍ ହେଉଛି । ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଫିଲ୍ମ ଜାନୁଆରି ୧୨ ତାରିଖରେ ରିଲିଜ୍ ହେବାର ଧାର୍ଯ୍ୟ ହୋଇଛି।ଏଥିରେ ତାଙ୍କ ବିପକ୍ଷରେ ସୁପ୍ରିୟା ଅଛନ୍ତି ଫିମେଲ ଲିଡରେ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୭ ଜାନୁଆରିରେ ବାବୁସାନ୍ଙ୍କୁ ସାର୍ଥକ ମ୍ୟୁଜିକ୍ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ଦିଲ୍ ଦିଓ୍ଵାନ୍ ହୋଇଗଲା ରିଲିଜ୍ ହୋଇଥିଲା । ଅପରପକ୍ଷରେ ୨୦୧୬ ଜାନୁଆରି ମାସରେ ବାବୁସାନ୍ ଅଶୋକ ପତିଙ୍କ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ ସିନେମା ‘ ତୁ ଯେ ସେଇ ’ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଦୁଇ ନାୟିକା ଶୀତଲ ଓ ରୀୟାଙ୍କୁ ଦେଖିବାକୁ ମିଳିଥିଲା ।
୨୦୧୫ ପ୍ରଥମ ମାସ ଜାନୁଆରିରେ ବି ବାବୁସାନ୍ଙ୍କ ଅଭିନୀତ ସିନେମା ‘ ଯିଏ ଯାହା କହୁ ମୋର ଢୋ’ ରିଲିଜ୍ ହୋଇଥିଲା । ସନ୍ଦୀପ ରାଉତରାୟଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଶୀତଲ ଥିଲେ ବାବୁସାନଙ୍କର ନାୟିକା ଶୀତଲ ଓ ରୀୟା ଙ୍କୁ ଦେଖିବାକୁ ମିଳିଥିଲା । ଏହା ଅବଶ୍ୟ ଶୀତଲଙ୍କର ପ୍ରଥମ ସିନେମା ଥିଲା । ମୃତ୍ୟୁଞ୍ଜୟ ସାହୁ ( ବାପି) ଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିକୁ ମିଳିଥିଲା ବ୍ୟାବସାୟିକ ସଫଳତା । ଠିକ୍ ସେହିପରି ୨୦୧୪ ଜାନୁଆରି ରେ ରିଲିଜ୍ ହୋଇଥିଲା ବାବୁସାନଙ୍କ ଅନ୍ୟ ଏକ ସିନେମା ‘ ଆଖିରେ ଆଖିରେ ’ । ସୀତାରାମ ଅଗ୍ରଓ୍ଵାଲାଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବାବୁସାନଙ୍କ ଅପୋଜିଟ୍ ରେ ପ୍ରଥମ ଥର ଲାଗି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଠିକ୍ ସେହିପରି ୨୦୧୨ ଜାନୁଆରିରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ୍’ ମୁକ୍ତିଲାଭ କରିଥିଲା ଯେଉଁଥିରେ ବାବୁସାନ୍ ନାୟକ ଭୂମିକାରେ ନଜର ଆସିଥିଲେ।
ବାବୁସାନଙ୍କ ଅଭିନୀତ ଯେଉଁ ସବୁ ଓଡ଼ିଆ ସିନେମା ଜାନୁଆରି ମାସରେ ରିଲିଜ୍ ହୋଇଛି ସେଥିମଧ୍ୟରୁ ‘ଥୁକୁଲ୍’ ଓ ‘ ତୁ ଯେ ସେଇ’ କୁ ବାଦ୍ ଦେଲେ ଅନ୍ୟ ଫିଲ୍ମଗୁଡିକ ହିଟ୍ ହୋଇଛି । ଏବେ ଦେଖିବା କଥା ଚଳିତ ବର୍ଷ ଜାନୁଆରିର ରିଲିଜ୍ ‘ ଓନ୍ଲି ପ୍ୟାର୍’ କ୍ଷେତ୍ରରେ କ’ଣ ଘଟୁଛି । ପୁଣି ଥରେ ଜାନୁଆରି ବାବୁସାନଙ୍କ ପାଇଁ ଲକି ସାବ୍ୟସ୍ତ ହେଉଛି କି ନା, ତାହା ଜଣାପଡ଼ିବ ଖୁବ୍ ଶୀଘ୍ର ।