ଜନ୍ମଦିନ ପାଳିବାକୁ ବଚ୍ଚନ ପରିବାର ମାଳଦୀପରେ

ଅମିତାଭ @୭୫

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଆସନ୍ତାକାଲି ତାଙ୍କ ୭୫ତମ ଜନ୍ମଦିନ ପାଳନ କରିବାକୁ ସପରିବାର ମାଳଦୀପ ଯାତ୍ରା କରିଛନ୍ତି। ଅମିତାଭଙ୍କ ସହିତ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା, ନାତୁଣୀ ଆରାଧ୍ୟା ଯାତ୍ରା କରିଥିବା ବେଳେ ମାଳଦୀପରେ ଆଗୁଆ ପହଞ୍ଚି ଯାଇଛନ୍ତି ପତ୍ନୀ ଜୟା, ଝିଅ ଶ୍ୱେତା ଓ ତାଙ୍କର ଦୁଇ ସନ୍ତାନ ନବ୍ୟା ନଭେଲି ଓ ଅଗସ୍ତ୍ୟ। ଅଭିଷେକ ଏବଂ ଐଶ୍ୱର୍ଯ୍ୟା ମାଳଦୀପରେ ସପ୍ତାହେ କଟାଇବେ ବୋଲି ଜଣାପଡ଼ିଛି।

ବିଗ୍‌ ବିଙ୍କ ୭୫ତମ ଜନ୍ମଦିନ ସ୍ମରଣୀୟ କରିବା ପାଇଁ ଝିଅ ଶ୍ୱେତା ମାଳଦୀପରେ କେତେକ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି। ଅଭିତାଭ ଏବେ ଅମିର୍‌ ଖାନ୍‌୍‌ଙ୍କ ସହ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଚଳଚ୍ଚିତ୍ର ପାଇଁ ସୁଟିଂ ଜାରି ରଖିଛନ୍ତି। ଏହା ସହିତ କେବିସି-୯ର ସୁଟିଂ ମଧ୍ୟ ଚାଲିଛି। ମାଳଦୀପରୁ ଫେରିବା ପରେ ‘ଅମିତାଭ ଫନି୍‌ ଖାନ୍‌’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ। ୭୫ ବର୍ଷୀୟ ଅମିତାଭ ଏବେ ବି ବଲିଉଡର ସର୍ବାଧିକ ବ୍ୟସ୍ତ କଳାକାର।

ସମ୍ବନ୍ଧିତ ଖବର