ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡ ପତି’ ପୁଣି ଥରେ ନିଜର ୧୧ତମ ସିଜନ୍ ସହିତ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି। ପୁଣିଥିରେ ବିଗ ବି ନିଜର ପୁରୁଣା ଶୈଳୀରେ ହଟ ସିଟ୍ରେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରି ଦର୍ଶକଙ୍କ ମନରୋଞ୍ଜନ କରିବେ। ନିକଟରେ ମୁମ୍ବାଇରେ ଏହି ସୋ’କୁ ଧୁମ୍ଧାମ୍ରେ ଲଞ୍ଚ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋ’ର ଲଞ୍ଚ୍ରେ ଅମିତାଭ ବଚ୍ଚନଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା, ଯାହାର ଜବାବ ବି ଅମିତାଭ ଦେଇଥିଲେ। ଏହି କ୍ରମରେ ବିଗ୍ ବି କହିଥିଲେ କି ତାଙ୍କ ପରିବାରର କୌଣସି ବି ସଦସ୍ୟ ଏହି ସୋ’ରେ ଭାଗ ନେବେ ନାହିଁ। ହଁ ସିନେମାର ପ୍ରମୋସନ୍ ପାଇଁ ଆସି ପାରନ୍ତି କିନ୍ତୁ ପ୍ରତିଯୋଗୀ ଭାବେ ଭାଗ ନେଇ ପାରିବେ ନାହିଁ। ଏଥିସହିତ ଅମିତାଭ କହିଛନ୍ତି ତାଙ୍କୁ କେବିସିର ହଟ୍ ସିଟ୍ରେ ବସିବାକୁ ଭୟ ଲାଗି ଥାଏ। କାରଣ ତାଙ୍କ ସାଧାରଣ ଜ୍ଞାନ ବହୁତ ଖରାପ ରହିଛି।
ଲୋକପ୍ରିୟ କେବିସି ସୋ’ର ପ୍ରାରମ୍ଭିକ ସମୟକୁ ମନେ ପକାଇ ବିଗ ବି କହନ୍ତି, ୨୦୦୦ମସିହାରେ ସେ ଯେତେବେଳେ ଏହି ସୋ’ କରୁଥିଲେ ସେତେବେଳେ ଅନେକ ଲୋକ ଏହି ସୋ’ କରିବାକୁ ତାଙ୍କୁ ମନା କରିଥିଲେ। ସେ କିନ୍ତୁ ନିଜ କ୍ୟାରିୟରରେ କିଛି ଅଲଗା କରିବାକୁ ଚାହୁଁଥିଲେ ସେଥିପାଇଁ ଏହି ସୋ’କୁ ବାଛିଥିଲେ। ଆଜି ଏହି ସୋ’ କରୁଥିବା ନେଇ ବିଗ ବି ଗର୍ବ ଅନୁଭବ କରନ୍ତି।