୫୦ଜଣ ଗର୍ଭବତୀ ମହିଳାଙ୍କୁ ଏହି ଉପହାର ଦେବାକୁ ଯାଉଛି ଫିଲ୍ମ ‘ବଧାଇ ହୋ’ ଟିମ୍‌, ଜାଣନ୍ତୁ କ’ଣ ରହିଛି ଖାସ୍‌

ମୁମ୍ବାଇ : ଫିଲ୍ମ ‘ବଧାଇ ହୋ’ର କାହାଣୀ ଟ୍ରେଲର ରିଲିଜ ପରେ କିଛି କିଛି ଜଣା ପଡ଼ି ସାରିଥିବା ବେଳେ କାହାଣୀକୁ ନେଇ  ଲୋକମାନଙ୍କ ମନରେ କୌତୁହ ସୃଷ୍ଟି ହୋଇଛି । କାହାଣୀ ସମସ୍ତଙ୍କୁ ଭିନ୍ନ ଲାଗୁଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି କଳାକାର ଏବଂ ଫିଲ୍ମ ସହ ଜଡ଼ିତ ସମସ୍ତ ସଦସ୍ୟ ।

ଅକ୍ଟୋବର ୧୯ରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରମୋସନ ଏକ ଭିନ୍ନ ଉପାୟରେ କରାଯାଉଥିବା ଜଣା ପଡ଼ିଛି । ରିଲିଜ୍‌ ପୂର୍ବରୁ ଅକ୍ଟୋବର ୧୦ରେ ଫିଲ୍ମର ନିର୍ମାତା ମୁମ୍ବାଇରେ ୫୦ଜଣ ଗର୍ଭବତୀ ମହିଳାଙ୍କ ବେବି ସାଓ୍ଵାର କରିବାକୁ ଯାଉଥିବା ସୂଚନା ମିଳିଛି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଅଭିନେତା ଆୟୁଷ୍ମାନ୍‌ ଖୁରାନା ନିଜେ ଏକ ନିମନ୍ତ୍ରଣ କାର୍ଡ଼ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରି ସବୁଠାରୁ ବଡ଼ ବେବି ସାଓ୍ଵାର ବିଷୟରେ ସୂଚନା ଦେଇଛନ୍ତି ।

DNA India

ନିମନ୍ତ୍ରଣ କାର୍ଡ଼ର ଫଟୋ ପୋଷ୍ଟ କରି ଯଦି  ସେ ଲେଖିଛନ୍ତି, ଯଦି ଆପଣ ୫ ମାସ ବା ତା’ଠାରୁ ଅଧିକ ଦିନର ଗର୍ବବତୀ ଅଛନ୍ତି । ତେବେ ଏହି ଖୁସିକୁ ଆମ ସହ ମିଶି ପାଳନ କରନ୍ତୁ ବୋଲି ଆୟୁଷ୍ମାନ ଲେଖିଥିବା ଦେଖାଯାଇଛି। ତେବେ ଏ ସବୁ ଫିଲ୍ମର ପ୍ରମୋସନ ପାଇଁ କରାଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର