ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ। ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା। ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବାଦଶାହ ଏହାକୁ କେବଳ ଗୁଜବ ବୋଲି କହିଥିଲେ |

Advertisment

ଏବେ ଏସବୁ ଚର୍ଚ୍ଚା ମଧ୍ୟରେ ବାଦଶାହ, ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହେବାର କାରଣ କହିଛନ୍ତି | ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଆମେ ଦୁହେଁ ଆମ ବିବାହକୁ ବଞ୍ଚାଇବା ପାଇଁ  ସବୁକିଛି ଚେଷ୍ଟା କରିଥିଲୁ। ଆମେ ଯଥାସମ୍ଭବ ଚେଷ୍ଟା କରି ବି ସମ୍ପର୍କ ସୁଧୁରି ନଥିଲା ଏବଂ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଲୁ | ଆମ ଝିଅ ପାଇଁ ଆମେ ଏହି ନିଷ୍ପତ୍ତି ନେଇଥିଲୁ | ମୁଁ ମୋ ଝିଅଙ୍କୁ ଭେଟିବାକୁ ଯାଉଛି କିନ୍ତୁ ସେ ଲଣ୍ଡନରେ ରହୁଥିବାରୁ ବେଶୀ ଦେଖା ହୋଇପାରୁ ନାହିଁ | ”

ସେ ଏହା ମଧ୍ୟ କହିଥିଲେ ଯେ, "ମୋ ଝିଅ ମୋ କନସର୍ଟକୁ ଆସେ | ହେଲେ ସେ ମୋ ଅପେକ୍ଷା କେ-ପପ ବ୍ୟାଣ୍ଡ ବ୍ଲାକପିଙ୍କକୁ ଅଧିକ ପସନ୍ଦ କରେ, ଯାହା ମୋତେ କଷ୍ଟ ଦିଏ ନିଶ୍ଚୟ |"