ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା | ଅନନ୍ତ ଅମ୍ବାନୀ ଏବଂ ରାଧିକା ମରଚାଣ୍ଟଙ୍କ ବିବାହରେ ଭାରତର ତଥା ବିଦେଶର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ | ଏମାନଙ୍କ ମଧ୍ୟରୁ ଜଣେ ଥିଲେ ବାଗେଶ୍ଵର ବାବା | ବର୍ତ୍ତମାନ ବାଗେଶ୍ୱର ବାବା ଏକ ପୋଡକାଷ୍ଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି | ତାଙ୍କୁ ଆଣିବା ପାଇଁ ଏକ ବିମାନ ପଠାଯାଇଥିଲା ବୋଲି ସେ କହିଛନ୍ତି |

Advertisment

ତାଙ୍କ କହିବା ମୁତାବକ, "ଅନନ୍ତ ମୋର ଜଣେ ଭଲ ବନ୍ଧୁ |  ଜାମନଗରରେ ଅନନ୍ତ ଅମ୍ବାନୀଙ୍କୁ ଭେଟିବା ପରେ ସେ ମୋତେ ବିବାହକୁ ନିମନ୍ତ୍ରଣ କରିଥିଲେ। ହେଲେ ମୋର ଅଷ୍ଟ୍ରେଲିଆରେ କାର୍ଯ୍ୟକ୍ରମ ଥିବାରୁ ମୁଁ ଆସିପାରିବି ନାହିଁ ବୋଲି କହିଥିଲି | କେମିତି ଯିବି ଓ କେମିତି ଆସିବି ସେ ନେଇ ମୁଁ ଚିନ୍ତା କରୁଥିବା ବେଳେ ଅନନ୍ତ କହିଥିଲେ, 'ଆପଣ ନ ଆସିଲେ ମୁଁ ବିବାହ କରିବି ନାହିଁ | ମୁଁ ଆପଣଙ୍କ ପାଇଁ ବିମାନ ପଠାଇବି |' ସେ ଯାହା କଥା ଦେଇଥିଲେ ତାହା କରିଥିଲେ | ସେ ପଠାଇଥିବା ବିମାନରେ ମୁଁ ବିବାହରେ ଯୋଗ ଦେଇଥିଲି ଏବଂ ପୁଣି ଅଷ୍ଟ୍ରେଲିଆ ଫେରି ଯାଇଥିଲି |"