‘ବାହୁବଳୀ-୨’ ଅବସ୍ଥା ମାନ୍ଦା: ଦେଶରେ ଆଗରେ, ବିଦେଶରେ ପଛରେ!

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ଏବର୍ଷ ଚୀନରେ ମାତ୍ର ଦିନ କେତେଟା ପାଇଁ ନିଜର ଜଲ୍‌ଓ୍ଵା ଦେଖାଇବାରେ ସମର୍ଥ ହୋଇଥିଲା। ତା’ପରେ ଏକଦମ୍‌ ମାନ୍ଦା। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୨.୪୩ ମିଲିୟନ୍‌ ଡଲାର ଅର୍ଥାତ ୧୬.୨୪ କୋଟି ବ୍ୟବସାୟ କରି ଚର୍ଚ୍ଚା ପାଲଟିଥିଲା। ଏହା ପ୍ରଥମ ଦିନରୁ ହିଁ ସଲମାନଙ୍କ ‘ବଜରଙ୍ଗୀ ଭାଇଜାନ୍‌’ଠାରୁ ଭଲ ବ୍ୟବସାୟ କରିଥିଲା ବୋଲି ଜାଣିବାକୁ ମିଳିଥିଲା। ଦ୍ୱିତୀୟ ଦିନରେ ଆହୁରି ଭଲ ବ୍ୟବସାୟ କରିଥିଲା ‘ବାହୁବଳୀ-୨’ ଦ୍ୱିତୀୟ ଦିନରେ ‘ବାହୁବଳୀ-୨’ ୨.୯୪ ମିଲିୟନ୍‌ ଡଲାର ଅର୍ଥାତ ୧୬.୬୪ କୋଟି ରୋଜଗାର କରି ରେକର୍ଡ କରିଥିଲା। ମାତ୍ର ଜାଣିରଖନ୍ତୁ ଯେ ଯେଉଁଭଳି ଭାବେ ଆରମ୍ଭରେ ଚଳଚ୍ଚିତ୍ରଟି ଚାଇନା ମାର୍କେଟରେ ନିଜର ଯାଦୁ ଚଳାଇଥିଲା ତାହାକୁ ବଜାୟ ରଖିପାରି ନାହିଁ। ଅନ୍ୟ ବଲିଉଡ୍‌ ଚଳଚ୍ଚିତ୍ର ତୁଳନାରେ ଏହି ରେକର୍ଡ ସୃଷ୍ଟିକାରୀ ଚଳଚ୍ଚିତ୍ରଟି ନୈରାଶ୍ୟଜନକ ବ୍ୟବସାୟ କରିଛି।

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୈଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବାହୁବଳୀ-୨’। ଗତବର୍ଷ ସିନା ଭରତରେ ଚହଳ ପକାଇଥିଲା। ଏବର୍ଷ ଚଳଚ୍ଚିତ୍ରଟି ମେ ୪ ତାରିଖରେ ଚୀନରେ ଏହି ଚଳଚ୍ଚିତ୍ରଟି ପରଦାରେ ଆସିଛି। ଚଳଚ୍ଚିତ୍ରଟି ରିଲିଜ୍‌ ପରେ ବ୍ୟବସାୟିକ ରେକର୍ଡ ସୃଷ୍ଟି କରିବ ବୋଲି ତ ନିର୍ଦ୍ଦେଶକ ଆଶା ରଖିଥିଲେ। ମାତ୍ର ଖୁସିର କଥା ହେଉଛି ଚଳଚ୍ଚିତ୍ରଟି ରିଲିଜ୍‌ ପୂୂର୍ବରୁ ହିଁ ଏହାର ରେକର୍ଡ ସୃଷ୍ଟି କରିସାରିଛି। ଚଳଚ୍ଚିତ୍ରଟି ଚୀନରେ ୭୦୦୦ରୁ ଊର୍ଧ୍ୱ ପରଦାରେ ରିଲିଜ୍‌ ହେଉଛି। ଚଳଚ୍ଚିତ୍ରଟି ଦେଖିବା ପାଇଁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସୁକତା ରହିଥିଲା। ୨ଲକ୍ଷ ୫୦ ହଜାର ଡଲାରର ଆଗୁଆ ଟିକେଟ୍‌ ବୁକିଂ ମଧ୍ୟ ହୋଇଥିଲା ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର