ରାମୋଜୀ ଫିଲ୍ମସିଟି ଆଣିଦେଇଛି ଆପଣମାନଙ୍କ ପାଇଁ ଏକ ନିଆରା ଅନୁଭୂତି। ଅତି ନିକଟରୁ ଅନୁଭବ କରିପାରିବେ ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ର ସୁନ୍ଦର ତଥା ମନୋଲୋଭା ସେଟ୍‌ର ଦୃଶ୍ୟକୁ। ସେପ୍‌ଟେମ୍ବର ୨୧ରୁ ଅକ୍‌ଟୋବର ୨୯ ପର୍ଯ୍ୟନ୍ତ ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିରେ ଏ ସ୍ୱତନ୍ତ୍ର ସୁଯୋଗ ଉପଲବ୍ଧ। ଦଶହରା ଓ ଦୀପାବଳିର ନିଆରା କାର୍ଯ୍ୟକ୍ରମ ସହିତ ରାମୋଜୀ ଫିଲ୍ମସିଟି ନେଇ ଆସିଛି ଏ ସୁନ୍ଦର ସୁଯୋଗ। ସୁଟିଂ ସମୟରେ ଦୀର୍ଘଦିନ ଧରି ଯାହା ସୁରକ୍ଷାବଳୟ ମଧ୍ୟରେ ଗୋପନ ରଖାଯାଇଥିଲା, ଏବେ ସେହି ରହସ୍ୟର ଉନ୍ମୋଚନ ହୋଇଛି। ଏହା ସହିତ ଆହୁରି ଅଛି ନିଆରା ମନୋରଞ୍ଜନ, ବର୍ଣ୍ଣାଢ୍ୟ କାର୍ନିଭାଲ୍‌ ପରେଡ୍‌ ଓ ଅବସର ବିନୋଦନର ବିବିଧ ବିଭବ। ବଲିଉଡ୍‌ ଡ୍ୟାନ୍ସ ସୋ, ଭାଙ୍ଗଡ଼ା, ଦାଣ୍ଡିଆ ନାଚ ଏବଂ ପଞ୍ଜାବୀ ଢୋଲର ତାଳେ ତାଳେ ପର୍ଯ୍ୟଟକ ଏସବୁର ମଜା ନେଇପାରିବେ। ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳାରେ ଜୋକରଙ୍କ ମେଳ ଓ ଯାଦୁକରଙ୍କ ଖେଳ ଭିତରେ ରାମୋଜୀ ଫିଲ୍ମସିଟିରେ ବେଳ ବିତାଇବେ ପର୍ଯ୍ୟଟକ।
ରାମୋଜୀ ଫିଲ୍ମସିଟି ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ରହଣି ପ୍ୟାକେଜ୍‌ର ସୁବିଧା ମଧ୍ୟ ଉପଲବ୍ଧ। ଆପଣ ramojifilmcity.com େଓ୍ଵବ୍‌ସାଇଟ୍‌ରୁ ସବିଶେଷ ବିବରଣୀ ପାଇପାରିବେ।