କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ ବାହୁବଳୀ; ଜାଣନ୍ତୁ ପରିମାଣ କେତେ?

କୋଚି: ଏକଥା ସମସ୍ତେ ଜାଣନ୍ତି ଯେ ନିକଟରେ କେରଳରେ ହୋଇଥିବା ବନ୍ୟା ଏ ଶତାବ୍ଦୀର ସବୁଠାରୁ ବଡ଼। ଜୁଲାଇ ମାସର ମୌସୁମୀ ଋତୁରେ ଏହି ବନ୍ୟା ହେବା ପରେ ବହୁ ଜନଜୀବନ ପାଣିରେ ମିଶିଯିବା ସହ ହଜାର ଜହାର କୋଟି ଟଙ୍କାର ସମ୍ପତ୍ତି ଜଳମଗ୍ନ ହୋଇଛି। ଏହି ବନ୍ୟାରେ ପ୍ରାୟ ୪୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ସହ ପାଖାପାଖି ୩ ଲକ୍ଷ ଲୋକ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି। କେରଳ ରାଜ୍ୟବାସୀ ଏପରି ଦୁର୍ଦ୍ଦଶା ଦେଇ ଗତି କରୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ିଛି। କେରଳର ରାଜ୍ୟ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ରାଜ୍ୟରୁ ଲୋକେ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରିଛନ୍ତି। ସାଧାରଣଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରିଟି ଏହି ତାଲିକାରେ ରହିଛନ୍ତି।

ଆପଣଙ୍କର ନିଶ୍ଚୟ ଆଗ୍ରହ ଥିବ ଜାଣିବାକୁ ଯେ ‘ବାହୁବଳୀ’ର ସୁପର୍‌ଷ୍ଟାର୍‌ ପ୍ରଭାସ କେରଳର ରିଲିପ୍‌ ପାଣ୍ଠିକୁ କେତେ ଟଙ୍କା ଦାନ ଦେଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରଭାସ ନିଜ ଅର୍ଜିତ ଧନରୁ ୨୫ ଲକ୍ଷ ଟଙ୍କା ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ଉଦ୍ଦେଶ୍ୟରେ ଦାନ କରିଛନ୍ତି। ପ୍ରଭାସଙ୍କ ପରି ବଲିଉଡ୍‌ ଷ୍ଟାର୍‌ଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌, ହ୍ରିତିକ୍‌ ରୋଶନ, ଅକ୍ଷୟ କୁମାର ଆଦି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର