ସୈଫ୍ ଅଲ୍ଲୀ ଖାନ୍ ବସିବେ ଲଙ୍କେଶଙ୍କ ସିଂହାସନରେ। ବାହୁବଳୀ ପ୍ରଭାସ ସାଜିବେ ଶ୍ରୀରାମ। ପୁଣି ବିଦେହ ରାଜକୁମାରୀ ବୈଦେହୀ ଅର୍ଥାତ୍ ସୀତା ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ କ୍ରୀତି ସାନନ୍। ଶୁଣାଯାଉଛି ‘ବାହୁବଳୀ’ ପରି ଏହା ଏକ ଆଖିଦୃଶିଆ ଚଳଚ୍ଚିତ୍ର ହେବ। ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁଥିବା ଏଇ ନୂଆ ଚଳଚ୍ଚିତ୍ରର ନାମ ରହିଛି ‘ଆଦିପୁରୁଷ’। ଆଧୁନିକ କାହାଣୀ ହେଲେ ମଧ୍ୟ ଏଥିରେ ଚରିତ୍ରମାନେ ପୌରାଣିକ ପୋଷାକ ପରିଧାନ କରିବେ।
କେବଳ ଏତିକି ନୁହେଁ, ଏଥିରେ ବହୁ ଯୁଦ୍ଧ ଦୃଶ୍ୟର ଅବତାରଣା କରାଯାଇଛି ଏବଂ ଏଥିପାଇଁ ଯୁଦ୍ଧାସ୍ତ୍ରର ବହୁଳ ବ୍ୟବହାର ମଧ୍ୟ ହେବ। ସୈଫ୍, ପ୍ରଭାସ ଓ କ୍ରୀତିଙ୍କ ବ୍ୟତୀତ ଏଥିରେ ଅନୁଷ୍କା ସେଟ୍ଟୀ, ଅନୁଷ୍କା ଶର୍ମା, କିଆରା ଆଡଭାନୀ ଏବଂ କ୍ରୀତି ସୁରେଶ ମଧ୍ୟ ଭିନ୍ନ ଭିନ୍ନ ଚରିତ୍ରରେ ଉଭାହେବେ ବୋଲି ଶୁଣାଯାଉଛି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ରିଲିଜ୍ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Parada-adipurush.jpg)