ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ବିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବେଳେବେଳେ ଅନ୍ୟ କାରଣ ପାଇଁ ସେ ଲାଇମ୍ ଲାଇଟକୁ ଆସନ୍ତି। ଗତବର୍ଷ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ଅଭିନେତ୍ରୀଙ୍କୁ ଠେଲି ଦେଉଥିବା ଦେଖାଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା।
ଏବେ ତାଙ୍କ ଆଗାମୀ ଫିଲ୍ମର ଏକ ଗୀତକୁ ନେଇ ଟ୍ରୋଲ ହେଉଛନ୍ତି ନନ୍ଦମୁରୀ। ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଭିନେତ୍ରୀ ଉର୍ବଶୀ ରାଉତେଲା ଫିଲ୍ମ ଡାକୁ ମହାରାଜରେ ଏକାଠି ନଜର ଆସିବେ। ଏହି ଫିଲ୍ମର ଏକ ଗୀତ ଦାବିଡି ଦିବିଡ଼ି ରିଲିଜ୍ ହୋଇଥିବା ବେଳେ ଏହାର କୋରିଓଗ୍ରାଫି କାହାକୁ ପସନ୍ଦ ଆସିନାହିଁ। ଭିଡିଓ ସାମ୍ନାକୁ ଆସିବା ପରେ ଏତେ ବୟସ୍କ ହୋଇ ନନ୍ଦମୁରୀ କିଭଳି ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ଏଭଳି ନାଚିପାରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଗତବର୍ଷ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ଅଭିନେତ୍ରୀଙ୍କୁ ଠେଲି ଦେଉଥିବା ଦେଖାଯାଇଥିଲା।
ଏମଧ୍ୟରେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଟି. ରାମା ରାଓଙ୍କ ପୁଅ। ଜଣେ ଶିଶୁ କଳାକାର ଭାବରେ ସେ ୧୯୭୪ରେ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଲୋକପ୍ରିୟତା ହାସଲ କରିଥିଲେ। ହେଲେ ୧୯୮୭ରେ ହିରୋ ଭାବରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା।
ଜାତୀୟ ଗଣମାଧ୍ୟମ ମୁତାବକ, ଅଭିନେତା ପ୍ରାୟ ୨୫୭.୮୭କୋଟି ଟଙ୍କାର ମାଲିକ ଅଟନ୍ତି। ସେ ଅଭିନୟ ବ୍ୟତୀତ ରାଜନୀତି କରନ୍ତି ଓ ପ୍ରଯୋଜନା ମଧ୍ୟ କରନ୍ତି। ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ବ୍ୟବସାୟରୁ ସେ ଟଙ୍କା ଆୟ କରନ୍ତି। ନନ୍ଦମୁରୀ ତାଙ୍କ ଅଭିନୟ ଦକ୍ଷତା ପାଇଁ ଅନେକ ଚଳଚ୍ଚିତ୍ର ପୁରସ୍କାର ସହିତ ୩ଟି ଜାତୀୟ ପୁରସ୍କାର ଜିତିଛନ୍ତି।