ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ‘ତୁ ଆଉ ମୁଁ’ର ନାୟିକା

Advertisment
ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ

ଭୁବନେଶ୍ବର: ଓଲିଉଡରେ ଏଯାବତ୍ କେବଳ ଗୋଟିଏ ସିନେମାରେ ନଜର ଆସିଥିବା ଜଣେ ନାୟିକା ପ୍ରାୟ ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି। ତାଙ୍କ ଅଭିନୀତ ଏକ ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ବନ୍ଦନା ପରମାଣିକ।
୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ‘ତୁ ଆଉ ମୁଁ’ରେ ପ୍ରଥମ ଥର ଲାଗି ନାୟିକା ଭୂମିକାରେ ନଜର ଆସିଥିଲେ ବନ୍ଦନା। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ତୁ ଆଉ ମୁଁ’ର ନିର୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା। ଏଥିରେ ନବାଗତ ବିଜେନ୍ଦ୍ରଙ୍କ ବିପକ୍ଷରେ ନାୟିକା ବନିଥିଲେ ବନ୍ଦନା।  ଏହାପରେ ଆଉ କୌଣସି ସିନେମାରେ ବନ୍ଦନାଙ୍କୁ ଦେଖିବାକୁ ମିଳିନାହିଁ।

ତେବେ ସେ ଯାହା ହେଉନା କାହିଁକି ଏବେ ‘ଲଭ୍ ଫିଭର୍’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ସିନେମା ଜରିଆରେ ବଡ଼ ପରଦାକୁ ଫେରୁଥିବା ଜଣାଯାଇଛି। ଚନ୍ଦନ ଜାନା ଏହାର ନିର୍ଦେଶକ ଏବଂ ପି କୁମାର ସଙ୍ଗୀତକାର। ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକଙ୍କ ପ୍ରଯୋଜିତ ‘ଲଭ୍ ଫିଭର୍’ରେ ଜଣେ ନବାଗତଙ୍କ ବିପକ୍ଷରେ ନଜର ଆସିବେ ବନ୍ଦନା। ଏହି ନବାଗତ ନାୟକ ହେଲେ ରାଜବୀର ସିଂହ।

publive-image

ଏହାଛଡ଼ା ୰ମୀନକେତନ, ଅଶ୍ରୁମୋଚନ, ପୁଷ୍ପା ପଣ୍ଡା ଏବଂ ଅସିତ ପତି ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ମ୍ୟୁଜିକ୍ ରିଲିଜ୍ ହୋଇସାରିଛି। ଲକଡାଉନ୍ ସକାଶେ ଏହାର ରିଲିଜ୍ ଅଟକି ରହିଛି। ବନ୍ଦନାଙ୍କ ଲେଉଟାଣି କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe