ସଙ୍ଗୀତକାର ବନରାଜ ଭାଟିଆଙ୍କୁ ସାହାଯ୍ୟ କରିବାଲାଗି ଆଗେଇ ଆସିଲେ ଅମୀର ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମୀର ଖାନ ପ୍ରଖ୍ୟାତ ସଙ୍ଗୀତକାର ବନରାଜ ଭାଟିଆଙ୍କୁ ସାହାଯ୍ୟ କରିବାଲାଗି ଆଗେଇ ଆସିଛନ୍ତି। ସୂଚନାଯୋଗ୍ୟ ଗତ କିଛିଦିନ ହେବ ବନରାଜ ନିଜ ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେରହିଛନ୍ତି ।ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କଥା କହିଥିଲେ ଏବଂ ତାଙ୍କ ନିକଟରେ ଅର୍ଥ ନାହିଁ କହିଥିଲେ । ବନରାଜ ଏବେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଅଛନ୍ତି । ଏହାଛଡ଼ା ତାଙ୍କର ଶ୍ରବଣ ସମସ୍ୟା ଦେଖାଦେବା ସହ ତାଙ୍କର ସ୍ମରଣ ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ବନରାଜ ଭାଟିଆ କହିଥିଲେ ଯେ, ତାଙ୍କ ବ୍ୟାଙ୍କ ଜମା ଖାତାରେ ଟଙ୍କାଟିଏ ମଧ୍ୟ ନାହିଁ । ଏପରି ପରିସ୍ଥିତିରେ ଅମୀର ଖାନ ତାଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅମୀର ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘ଏହା ଜଣାଇବାରେ ମୋତେ ଖୁସି ଲାଗୁଛି ଯେ, ସଙ୍ଗୀତକାର ବନରାଜ ଭାଟିଆଙ୍କ ଜୀବନୀ ଉପରେ ଏବେ ବହି ଲେଖାଯିବ । ଏହି ବହିକୁ ଖାଲିଦ ମହମ୍ମଦ ଲେଖିବେ । ବହିଟିକୁ ମୋର ବନ୍ଧୁ ଦିଲୀପ ତାହିଲଙ୍କ ସହାୟତାରେ ଲେଖାଯିବ ।ଏଥିରୁ ମିଳିବା ଅର୍ଥକୁ ବନରାଜଙ୍କୁ ଦିଆଯିବ।’

Image result for banraj bhatia
photo-scroll.in

ଉଲ୍ଲେଖଯୋଗ୍ୟ କି ବନରାଜ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଅଜୁବା’ ସମେତ ‘ତମସ’, ‘ଅଙ୍କୁର’, ‘ମନ୍ଥନ’, ‘ମଣ୍ଡି’, ‘ଜୁନୁନ …’ ଓ କଲୟୁଗ …’ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର